ଗଞ୍ଜାମ– ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜଳଭଣ୍ଡାରରୁ ୬ଟି ଗେଟ୍ ଖୋଲାଯାଇଛି । ଏହା ଦୁଇ ଦିନ ପାଇଁ ଖୋଲା ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବାରୁ ଏହା ଦେଖି ଲୋକ ମାନେ ଆଗକୁ ପରିସ୍ଥିତି ସାଙ୍ଘାତିକ ହେବ ବୋଲି ସନ୍ଦେହ ପ୍ରକାଶ କରିବା ସହ ଭୟଭିତ ହୋଇପଡିଛନ୍ତି । ବିଭିନ୍ନ ନଦୀ ଓ ଜଳଭଣ୍ଡାରର ସ୍ଥିତି ମଧ୍ୟ ଆକଳନ କରିଛି ଜିଲ୍ଲା ପ୍ରଶାସନ । ଅନ୍ୟାନ୍ୟ ଜଳଭଣ୍ଡାରରୁ ଜଳ ନିଷ୍କାସନ ବ୍ୟବସ୍ଥା ମଧ୍ୟ କରାଯାଉଛି । ଭଞ୍ଜନଗର ସମେତ ଡ଼ହ, ସୋରଡ଼ା ଓ ବାଘୁଆ ଜଳଭଣ୍ଡାରରୁ ଏବେ ଆଗୁଆ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଜଳ ନିଷ୍କାସନ ଆରମ୍ଭ ହୋଇଛି । କନ୍ଧମାଳ ଜିଲ୍ଲାରେ ବର୍ଷାର ପରିମାଣ ବଢିଲେ ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ପ୍ରତିଶେଧାତ୍ମକ ପଦକ୍ଷେପ ସ୍ୱରୂପ ଦୁଇ ଦିନ ଧରି ଜଳ ନିଷ୍କାସନ ବ୍ୟବସ୍ଥା ଆରମ୍ଭ ହୋଇଛି । ଭଞ୍ଜନଗର ଜଳଭଣ୍ଡାରରୁ ୬ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୮.୫୦ କ୍ୟୁମେକ୍ସ ଜଳ ଛଡାଯାଉଥିବା ବେଳେ ଡ଼ହ ଜଳ ଭଣ୍ଡାରର ଚାରୋଟି ସ୍ଲୁଇସ୍ ଗେଟ୍ ଦେଇ ୧୦.୬୫ କ୍ୟୁମେକ୍ସ ଜଳ ନିଷ୍କାସନ ହେଉଛି । ସେହିପରି ବାଘୁଆ ଜଳଭଣ୍ଡାରରୁ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବା ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ନିହାର ରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି ।
Related Stories
December 21, 2024