ଭୁବନେଶ୍ୱର– ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରା ଯାଇଛି । ଭୁବନେଶ୍ୱର ଜିପିଏଚ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘର ସହ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ।
ରାଜଧାନୀର ନୂଆପଲ୍ଲୀ, ନୂଆଗାଁ, ବାଲିଅନ୍ତା, ନହରକଂଟା, ୟୁନିଟ-୩ ଅଫିସ ଚାମ୍ବର ସହ ତାଙ୍କ ସମ୍ପର୍କୀୟ ଘରେ ମଧ୍ୟ ଚଢାଉ କରା ଯାଇଛି ।