ନୂଆଦିଲ୍ଲୀ, ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୩୬ ତମ ମ୍ୟାଚରେ କିଙ୍ଗସ ଇଲେଭେନ ପଂଜାବ ଦ୍ୱିତୀୟ ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ଟସ ଜିଣି ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିଥିଲା । ମୁମ୍ବାଇ ନିଜର ଇନିଂସରେ ୧୭୬ ରନ କରିଥିଲା । ଫଳରେ ପଂଜାବକୁ ୧୭୭ ରନ ବିଜୟ ଲକ୍ଷ୍ୟ ମିଳିଥିଲା । କିନ୍ତୁ ପଂଜାବ ଦ୍ୱିତୀୟ ଇନିଂସରେ ୨୦ ଓଭରରେ ୬ଟି ୱିକେଟ ହରାଇ ୧୭୬ ରନ ସଂଗ୍ରହ କରିପାରିଥିଲା । ମ୍ୟାଚ ଟାଇ ହେବା ପରେ ସୁପର ଓଭର ଖେଳାଯାଇଥିଲା । ପ୍ରଥମ ସୁପର ଓଭରରେ ଫଳାଫଳ ନ ବାହାରିବାରୁ ପୁଣି ଥରେ ଅନ୍ୟ ଏକ ସୁପର ଓଭର ଖେଳାଯାଇଥିଲା ।
ପଂଜାବ ଟିମ ଦ୍ୱିତୀୟ ସୁପର ଓଭରରେ ୧୨ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା । ରୋମାଂଚକର ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ସୁପର ଓଭରରେ ୧୧ ରନ୍ କରିଥିଲା । ପ୍ରଥମ ସୁପର ଓଭରରେ ପଂଜାବ ୫ ରନ କରିବା ପରେ ମୁମ୍ବାଇକୁ ୬ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା । କିନ୍ତୁ ମୁମ୍ବାଇ ଟିମ ଗୋଟିଏ ୱିକେଟ ହରାଇ ୫ ରନ କରିବାକୁ ସକ୍ଷମ ହୋଇଥିଲା । ଏହା ପୂର୍ବରୁ ପଂଜାବ ଟିମ ୨ଟି ୱିକେଟ ହରାଇ ୫ ରନ କରିଥିଲା ।