
ନୂଆଦିଲ୍ଲୀ: ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ପାର ହୋଇ ଯାଇଛି । କରୋନାରେ ବର୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ଲୋକ ସୁସ୍ଥ ହୋଇସାରିଛନ୍ତି ।
ସୋମବାର ସକାଳ ସାଢ଼େ ୬ଟା ସୁଦ୍ଧା ୪ କୋଟି ୨ ଲକ୍ଷ ୬୪ ହଜାର ୨୧୮ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୧୮ ହଜାର ୯୨୬ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୩ କୋଟି ୧ ଲକ୍ଷ ୮ ହଜାର ୩୧ ଜଣ ସୁସ୍ଥ ହୋଇଥିବା ବେଳେ ୯୦ ଲକ୍ଷ ୩୮ ହଜାର ୨୦ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୭୧ ହଜାର ୯୭୨ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
ଯୁକ୍ତରାଷ୍ଟ୍ର ଆମେରିକାରେ ୮୩ ଲକ୍ଷ ୮୭ ହଜାର ୭୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୨୪ ହଜାର ୭୩୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୪ ଲକ୍ଷ ୫୯ ହଜାର ୫୭ ଜଣ ସୁସ୍ଥ ହୋଇଥିବା ବେଳେ ୨୭ ଲକ୍ଷ ୫ ହଜାର ୩୮୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୩୮୦ ଜଣ ଗୁରୁତର ଅଛନ୍ତି ।