
ନୂଆଦିଲ୍ଲୀ,ପାକିସ୍ତାନ ପୋଲିସ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଜ୍ୱାଇ ତଥା ପାକିସ୍ତାନ ମୁସଲିମ ଲିଗ (ଏନ)ର ନେତ୍ରୀ ମୟିୟମ ନୱାଜ ଶରିଫଙ୍କ ସ୍ୱାମୀ ସଫଦର ଅୱାନକୁ କରାଚୀରେ ଗିରଫ କରିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଦେଶର ୯ଟି ବିରୋଧୀ ଦଳ ରବିବାର ଇସ୍ତଫା ନେଇ ଦାବି କରିବା ପରେ ସଫଦରଙ୍କୁ ପୋଲିସ ଏକ ହୋଟେଲରୁ ଗିରଫ କରିଛି ।
ଗିରଫ ପରେ ମରିୟମ ନୱାଜ ସରଫ ଟୁଇଟରେ କହିଛନ୍ତି, ପୋଲିସ ମୋ ହୋଟେଲ ରୁମର କବାଟ ଭାଙ୍ଗି ପ୍ରବେଶ କରିଥିଲା । ମୁଁ ଏବେ କରାଚୀରେ ରହୁଛି ଏବଂ ପୋଲିସ ମୋ ସ୍ୱାମୀ ସଫଦରଙ୍କୁ ଗିରଫ କରିଛି ।