ବାରିପଦା-ଅକ୍ଟୋବର ୧୯ରେ ମୟୂରଭଞ୍ଜ ଜିଲ୍ଲାରୁ ୧୦୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଆକ୍ରାନ୍ତମାନଙ୍କ ସଂଖ୍ୟା ୧୦ ହଜାର ୩୫୯ରେ ପହଁଞ୍ଚିଛି । ଅକ୍ଟୋବର ୧୮ ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୯ ହଜାର ୦୭୧ ଏବଂ ୧୯ ପର୍ଯ୍ୟନ୍ତ ସକ୍ରିୟ ସଂଖ୍ୟା ୧ ହଜାର ୨୪୫ ରହିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟ ଅନୁସାରେ ଆଜି ଜିଲ୍ଲାରୁ ଜଣେ ୪୫ ବର୍ଷ ବୟସର ପୁରୁଷଙ୍କ ମୃତ୍ୟୁ ହୋଇଛି । ଫଳରେ ଜିଲ୍ଲାରୁ କୋଭିଡ଼-୧୯ ଭୂତାଣୁରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ଅବସ୍ଥାରେ ମୋଟ ୪୩ ଜଣଙ୍କର ମୃତ୍ୟୁ ହୋଇଛି ଥିବା ସମୟରେ କେବଳ ଚଳିତ ଅକ୍ଟୋବର ମାସର ୧୯ ତାରିଖ ମଧ୍ୟରେ ଜିଲ୍ଲାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି ।
Related Stories
November 23, 2024
November 22, 2024