ଭଞ୍ଜନଗର – ପବିତ୍ର ଦଶହରା ଅବସରରେ ଗାଁ ଠାରୁ ସହର ଚାରିଆଡେ ଉତ୍ସବ ମୁଖର ହୋଇଉଠିଛି l ସବୁଠି ଦୁର୍ଗତି ନାଶିନୀ ମାଆ ଦୁର୍ଗା ଙ୍କର ଚାଲିଛି ପୂଜା ଆରାଧନା l ଆଜି ଠାରୁ ବିଭିନ୍ନ ରୀତି ନୀତି ଅନୁଯାୟୀ ଭଞ୍ଜନଗର ସହର ର ଚାରୋଟି ପୂଜା ମଣ୍ଡପ ରେ ଦେବୀ ଦୁର୍ଗା ଙ୍କୁ ଆବାହନ କରି ପୂଜା କାର୍ଯ୍ୟ ଆରମ୍ଭ ହୋଇଛି l ସେଥିମଧ୍ୟରେ ଜଳ ସମ୍ପଦ ବିଭାଜନ, ଓ.ଏସ.ଆର.ଟି.ସି ବସ ଷ୍ଟାଣ୍ଡ, ଭଞ୍ଜ ପରିଷଦ ଓ ଖଲାସି ସାହି ପୂଜା ମଣ୍ଡପ ରେ ମାଆ ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ ହୋଇଛି l ଏହି ଅବସରରେ ଆଜି ବସ ଷ୍ଟାଣ୍ଡ ଠାରେ ଓଁ ସଂଗୀତ ଏକାଡେମୀ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଯାହାକୁ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା l ଅନୁଷ୍ଠାନ ର କଣ୍ଠ ଶିଳ୍ପୀ ଓ କୁନି କୁନି କଳାକାର ମାନେ ଦର୍ଶକ ଙ୍କ ମନୋରଞ୍ଜନ କରିଥିଲେ l
Related Stories
November 24, 2024