Related Stories
November 22, 2024
ବ୍ରହ୍ମପୁର: ଲଘୁଚାପଜନୀତ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାକୁ ୱଲୋ ସତର୍କ ସୂଚନା ପାଣିପାଗ ବିଭାଗ ପକ୍ଷରୁ ମିଳିବାପରେ ଜିଲ୍ଲା ପ୍ରଶାସନ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିଗମ ସମ୍ମିଳନୀ କକ୍ଷରେ କମିଶନର ସିଦ୍ଧେଶ୍ୱର ବାଳିରାମ ବୋନ୍ଦରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରରେ କୌଣସି ନଦୀ ନଥିଲେ ମଧ୍ୟ ଦୁର୍ବଳ ନାଳନର୍ଦ୍ଦମା ଯୋଗୁ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜୁଛି । ତେଣୁ ସେଥିପ୍ରତି ଗୁରୁତ୍ୱଦେଇ ନିଗମ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ସହ ସହରତଳି ଅଞ୍ଚଳରେ ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଲଘୁଚାପ ଯୋଗୁ ରାଜ୍ୟରେ ଉପକୁଳ ଜିଲ୍ଲାର ଅବସ୍ଥା ସଙ୍ଗୀନ ହୋଇ ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ଜିଲ୍ଳାରେ ୨ଦିନଧରି ଲଗାଣ ବର୍ଷା ଜାରି ରହିବ । ତେବେ ବର୍ଷାରେ ବ୍ରହ୍ମପୁର ସହରର ତଳି ଅଞ୍ଚଳ ସହ ସହରର ବିଭିନ୍ନ ୱାର୍ଡରେ ପାଣି ଜମି ରହିବା ଆଶଙ୍କାକରି ମହାନଗର ନିଗମ ଠାରୁ ରବିବାର ଠାରୁ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିବ ବୋଲି କମିଶନର ସୂଚନା ଦେଇଛନ୍ତି । ସମସ୍ତ ୱାର୍ଡର ୱାର୍ଡ କମିଟି ଗଠନ କରାଯାଇଥିବା ବେଳେ ପ୍ରତି ୱାର୍ଡରେ ୩ଜଣ ଲେଖାଏଁ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି । ସେହିଭଳି ୪୦ଟି ୱାର୍ଡ ପାଇଁ ନିଗମ ପକ୍ଷରୁ ୧୨୦ଜଣ କର୍ମଚାରୀଙ୍କୁ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହାସହ ୪୦ଟି ୱାର୍ଡରେ ୪୦ଟି ଆଶ୍ରୟସ୍ଥଳି ଖୋଲାଯାଇ ବସ୍ତି ଅଞ୍ଚଳର ଜନସାଧାରଣଙ୍କୁ ରଖାଯିବା ପାଇଁ ନଜର ରଖାଯାଇଛି । ଏହି କର୍ମଚାରୀମାନଙ୍କ କାର୍ଯ୍ୟକୁ କମିଶନର ନିଜେ ତଦାରଖ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଇବେ ବୋଲି ଜଣାପଡିଛି । ବର୍ଷାଜଳ ନିଷ୍କାସନ ପାଇଁ ସହରର ଚତୁଃପାଶ୍ୱର୍ରେ ୪ଟି ଟିମ୍ ଜେସିବି, ଟ୍ରାକ୍ଟର, ୱାର୍ଟର ପମ୍ପ ଓ କର୍ମଚାରୀଙ୍କୁ ଧରି ସଜାଗ ରହିଥିବା ବେଳେ ଆଉ ୨ଟି ଟିମ୍ ନିଗମ କାର୍ଯ୍ୟରେ ରହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପ୍ରତି ଗୁରୁତ୍ୱ ଦେବେ । ଆବଶ୍ୟକସ୍ଥଳେ ଆଶ୍ରୟସ୍ଥଳିରେ ଅନ୍ତେବାସୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ନେଇ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଜଳବନ୍ଧୀ ଅଞ୍ଚଳରେ ଫଶି ରହିଥିବା ଜନସାଧାରଣଙ୍କୁ ସୁଖିଲା ଖାଦ୍ୟ ପ୍ରଦାନ ନେଇ ମଧ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । କୋଭିଡ୍ ନୀତି ନିୟମକୁ ଆଖି ଆଗରେ ରଖି ସମସ୍ତ ଆଶ୍ରୟସ୍ଥଳିରେ କରୋନା ପ୍ରତିକାର ପାଇଁ ଯଥେଷ୍ଟ ସଂଖ୍ୟକ ମାସ୍କ ଓ ସାବୁନ ମହଜୁତ ରଖାଯାଇଛି । ସମସ୍ତ ଅନ୍ତେବାସୀଙ୍କୁ ଯେପରି ବଣ୍ଟନ କରାଯିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ସମସ୍ତ ଆଶ୍ରୟସ୍ଥଳିରେ ଉତ୍ତମ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବା ବେଳେ ନିଗମ କାର୍ଯ୍ୟାଳୟରେ (୦୬୮୦-୨୨୫୦୨୯୦) ୨୪ଘଣ୍ଟିଆ ହେଲ୍ପ ଲାଇନ୍ ଖୋଲାଯାଇ ଜନସାଧାରଣଙ୍କୁ କୌଣସି ସମସ୍ୟା ହେଲେ ତୁରନ୍ତ ଉକ୍ତ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ନିଗମ ପକ୍ଷରୁ ୧୩ଟି କଚ୍ଚା ଅଞ୍ଚଳରୁ ୨୦ଟି ଜଳବନ୍ଦୀ ଅଞ୍ଚଳକୁ ଚିହ୍ନଟ କରାଯାଇ ନଜର ରଖାଯାଇଥିବା କମିଶନର ଶ୍ରୀ ବୋନ୍ଦାର ସୂଚନା ଦେଇଛନ୍ତି ।