ମାଲକାନଗିରି – ଚିତ୍ରକୋଣ୍ଡା ବନାଞ୍ଚଳ ଅଧିନସ୍ଥ ଟେମ୍ପରାରି କଲୋନୀ ନିକଟରେ ଥିବା ୟୁକୋ ପାର୍କ ଟି କରୋନା ମହାମାରୀ ପାଇଁ ଗଲା ମାର୍ଚ୍ଚ ମାସ ଲକ ଡାଉନ ଓ ସଟଡାଉନ କଟକଣା ପରଠାରୁ ଆଜି ପର୍ଯ୍ୟନ୍ତ ପାର୍କ ଟିରେ ଏକ ପ୍ରକାର ତାଲା ପଡିଯାଇଥିଲା !, ପାର୍କ ରେ ପର୍ଯ୍ୟଟକ ଙ୍କର ଭିଡ଼ ଆଉ ଦେଖି ବାକୁ ମିଳୁ ନଥିବାରୁ ଖାଆଁ ଖାଆଁ ଲାଗୁଥିଲା, !ପାର୍କ ରୁ ହେଉଥିବା ରାଜସ୍ବ ଆୟ ୬ ମାସ ହେଲା ବନ୍ଦ ଥିବାବେଳେ ପାର୍କ ଭିତରେ ବ୍ୟବସାୟ କରି ଜୀବନ ନିର୍ବାହ କରୁଥିବା ଟି/କଫି ଷ୍ଟଲ, କ୍ୟାଣ୍ଟିନ ଓ ଫୋଟୋ କ୍ୟାମେରା ସ୍ଟୁଡ଼ିଓ ମାଲିକ ଓ ବ୍ୟବସାୟୀ ମାନେ କ୍ଷତି ସହିବା ସହିତ ବହୁ ସମସ୍ୟା ଓ ନାହିଁ ନଥିବା ଅସୁବିଧାରେ ଥିବା ବେଳେ ଦୂର ଦୂରାନ୍ତରରୁ ବହୁ ପର୍ଯ୍ୟଟକ ୟୁକୋ ପାର୍କ କୁ ଆସି ନିରାଶ ହୋଇ ଫେରୁ ଥିବାର ଦେଖିବାକୁ ମିଳିଥିଲା, !ଜନସାଧାରଣ ଓ ଛୋଟ ବଡ଼ ପିଲା ମାନଙ୍କୁ ମନ ରଞ୍ଜନ ର ଖୋରାକ ଯୋଗାଇ ଆସୁଥିବା ପାର୍କ ବନ୍ଦ ଥିବାରୁ ନିରାଶ ହୋଇ ପଡୁଥିଲେ ବହୁ ଲୋକେ,!କରୋନା ମହାମାରୀ ପାଇଁ ୟୁକୋ ପାର୍କ ଖାଆଁ ଖାଆଁ ହୋଇ ପଡି ରହିଥିଲା ମାତ୍ର ଗଲା କାଲି ଠାରୁ ଚିତ୍ରକୋଣ୍ଡା ୟୁକୋ ପାର୍କ ଖୋଲିବା ଆରମ୍ଭ ହୋଇଛି, ଚିତ୍ରକୋଣ୍ଡା ୟୁକୋ ପାର୍କ ଖୋଲିବା ପରେ ଦେଖେଣାହାରିଙ୍କ ଭିଡ଼ ଜମି ବାରେ ଲାଗିଛି ପାର୍କ ଖୋଲା ପାଇଁ ସଭିଙ୍କ ମୁହଁରେ ହସ ଫୁଟିଉଠିଛି ଆଜିଠାରୁ ପାର୍କ ଭିତରେ ବଣ ଭୋଜି ଆରମ୍ଭ କରିଥିବା ଦେଖିବାକୁ ମିଳିଛି,! ଆଗାମୀ ଦଶହରା ତଥା ସମସ୍ତଙ୍କର ମନୋରଞ୍ଜନ କୁ ଆଖି ଆଗରେ ରଖି ସ୍ଥାନୀୟ ଜନସାଧାରଣ ଙ୍କ ଚାହିଦା ଓ ଦାବି କୁ ନେଇ ପ୍ରଶାସନ ଙ୍କ ଅନୁମତି କ୍ରମେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ ଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ବନପାଳ ମୃତ୍ୟୁଞ୍ଜୟ ସେଠି ପାର୍କ ଟିକୁ ଖୋଲିବା ଆରମ୍ଭ କରିଛନ୍ତି, !ଏବେ ଦଶହରା ଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ ୟୁକୋ ପାର୍କ କୁ ବହୁ ଦେଖେଣାହାରି ଆସି ବୁଲି, ବୋଟିଙ୍ଗ ଓ ପାର୍କ ର ମନୋରଞ୍ଜନ ର ଫାଇଦା ଉଠାଇ ବହୁ ସଂଖ୍ୟାରେ ବଣ ଭୋଜି କରିବାର ସମ୍ଭାବନା ରହିଛି.!
Related Stories
November 23, 2024