
ମାଲକାନଗିରି – ଚିତ୍ରକୋଣ୍ଡା ସ୍ଥିତ ମିତଲ ନିପଲ ଷ୍ଟିଲ ଇଣ୍ଡିଆ ଲିମିଟେଡ଼ କମ୍ପାନୀ ସହାୟତାରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ନୂଆଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ଆରଏସସି ୧ ୯ ନମ୍ବର ଓ ୧ ୧ ନମ୍ବର ଗ୍ରାମ ଏବଂ ପୁରୁଣାପାଣି ଗ୍ରାମ ବଡ଼ପଦର ପଞ୍ଚାୟତ ଅନ୍ତର୍ଭୁକ୍ତ ବନଗୁରୁ, ଲାମ୍ବାସିଙ୍ଗ, ଆଞ୍ଜେରିଆଗୁଡ଼ା ଓ ପାବଳିଗୁଡ଼ା ଗ୍ରାମ ରେ ମିତଲ ନିପଲ ଷ୍ଟିଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ ର ଇଏନଟି ଡାକ୍ତର ସମୀର ଗୋଲଦା ର ଏବଂ ଫାର୍ମାସିଷ୍ଟ ଅର୍ଜିତ ସାହା ଓ ରାମ ଙ୍କ ସହଯୋଗରେ ଦୁଇ ଦିନିଆ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରାଯାଇ ମୋଟ 343 ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା !ସେମାନଙ୍କୁ ମାଗଣାରେ ଔଷଧ ଓ ଇନଞ୍ଜେକସନ ଦିଆ ଯାଇଛି ସେମାନଙ୍କ ମଧ୍ୟରେ ପୁରୁଷ ରୋଗୀ ୧ ୧ ୬ ଜଣ, ମହିଳା ରୋଗୀ 164ଜଣ ଓ ଛୋଟ ଶିଶୁ ୬ ୩ ଜଣଙ୍କର ରୋଗର ପରୀକ୍ଷା କରାଯାଇ ଚିକିତ୍ସା ନିମନ୍ତେ ମାଗଣାରେ ସମସ୍ତ ପ୍ରକାର ଔଷଧ ପ୍ରଦାନ କରାଯାଇଥିଲା.! ପ୍ରତି ମାସ ଭଳି ଚଳିତ ମାସରେ ମିତଲ ନିପଲ ଷ୍ଟିଲ ଇଣ୍ଡିଆ ଲିମିଟେଡ଼ ତରଫରୁ ବରିଷ୍ଠ ପରିଚାଳକ ସବଲ କୁମାର ଝା ଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ଶିବିର କରାଯାଇ ଔଷଧ ଦିଆଯାଇ ଥିଲା !