ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଗତକାଲି ରାତିରେ ସମ୍ବଲପୁର ଠାରୁ ଲୁହା ପାଇପ ବୋଝେଇ ଏକ ଟ୍ରକ ଆନ୍ଧ୍ର ପ୍ରଦେଶ ଯାଉଥିବା ବେଳେ କଳିଙ୍ଗା ଘାଟିର ଅନ୍ଧାରୀ କୋଟ ନିକଟରେ ଗାଡ଼ିଟି ବ୍ରେକଫେଲ ହୋଇ ଓଲଟି ପଡ଼ିଥିଲା।ଫଳରେ ଡ୍ରାଇଭର ଜେ. ରବି ଓ ହେଲ୍ପର ଏସ.କେ.ଖାସିମ ଗୁରୁତର ଆହତ ହୋଇଥିଲେ।ଖବର ପାଇ ଭଞ୍ଜନଗର ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ୧୦୮ଯୋଗେ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରିଥିଲା ଓ ପରେ ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।ଡ୍ରାଇଭର ର ବାମଗୋଡ଼ ଆଣ୍ଠୁ ତଳକୁ ସମ୍ପୂର୍ଣ୍ଣ କଟି ଯାଇଥିବା ଜଣାପଡ଼ିଛି।
Related Stories
November 28, 2024
November 28, 2024