ଭୁବନେଶ୍ୱର– କୋରାପୁଟ ଜିଲ୍ଲାରେ ଚୋରା ଚାଲାଣ ବେଳେ ସାତ କ୍ୱିଂଟାଲରୁ ଉର୍ଧ ଗଞ୍ଜେଇ ଜବତ କରା ଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରା ଯାଇଛି । କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ପୁଲିସ୍ ଏହି ଗଞ୍ଜେଇ ଜବତ କରିଥିବା ବେଳେ ଗାଡ଼ିରେ ଥିବା ଦୁଇ ଚୋରା ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ, ମାଛକୁଣ୍ଡ ଥାନା ଅନ୍ତର୍ଗତ ଭେଡ଼ିବେଡ଼ା ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇ ପୁଲିସ ଅ ଏକ ନମ୍ବର ନ ଥିବା ପିକ୍ଅପ୍ ଭ୍ୟାନକୁ ଅଟକାଇଥିଲା । ସେହି ଗାଡ଼ିରୁ ୭ କିଂଟାଲ୍ ୧୨ କିଲୋଗ୍ରାମ୍ ୭୦୦ ଗ୍ରାମ୍ ଓଜନର ଗଞ୍ଜେଇ ପୋଲିସ ଜବତ କରିଥିଲା । ପିକ୍ଅପ୍ ଭ୍ୟାନକୁ ପୁଲିସ୍ ଜବତ କରିଛି । ହେଲେ ଚାଲାଣକାରୀ ମାନେ ଫେରାର ହୋଇ ଯାଇଥିଲେ ।