କେନ୍ଦୁଝର – କେନ୍ଦୁଝର ରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣାରେ ୨ ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ଟ୍ରକ ର ପଛରେ ଯାତ୍ରୀବାହୀ ବସଟି ବାଡେଇଥିଲା ।
ଗୁରୁବାର ରାତି ପ୍ରାୟ ୧ ଟା ସମୟରେ ବଡବିଲ ରୁ ଭୂବନେଶ୍ୱର ଯାଉଥିବା ଶୀ୍ରରାମ ନାମକ ବସ ଟି ୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ସହର ସନ୍ନିକଟ ନେଙ୍କଡାଘର ନିକଟରେ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା । ଏହି ମର୍ମଦୁନ୍ତ ବସ ଦୁର୍ଘଟଣା ରେ ୨ ଜଣ ଯାତ୍ରୀ ଙ୍କର ଅବସ୍ଥା ସଂଙ୍କଟାପନ୍ନ ଥିବା ବେଳେ ୭ ଜଣ ଯାତ୍ରୀ ଙ୍କର ଅବସ୍ଥା ଗୁରୁତର ହୋଇ ପଡିଥିଲା । ଏବଂ ୧୦ ରୁ ଉର୍ଦ୍ଧ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଯାତ୍ରୀ ମାନେ ଶୋଇପଡିଥିବାରୁ ଦୁର୍ଘଟଣା ଟି କିପରି ଘଟିଲା କିଛି କହିପାରୁ ନାହାନ୍ତି । ବସ ଡ୍ରାଇଭର ଅରବିନ୍ଦ ସିଂହଙ୍କର କହିବା ଅନୁସାରେ ତାଙ୍କ ବସ ଟି ଏକ ଟ୍ରକ ପଛେ ପଛେ ଯାଉଥିବା ସମୟରେ ହଠାତ୍ ସାମନାପଟରୁ ଅନ୍ୟ ଏକ ଟ୍ରକ ଆସିଗଲା । ଫଳରେ ବସ ସାମନାରେ ଯାଉଥିବା ଟ୍ରକ ଟି ପ୍ରଥମେ ହଠାତ୍ ବ୍ରେକ ମାରି ସାମାନ୍ୟ ଅଟକି ପୁଣି ଆଗକୁ ବଢିଥିଲା ଏବଂ ମୁଁ ମଧ୍ୟ ବସର ବ୍ରେକ ମାରି ପୁଣି ତା ପଛେ ପଛେ ଆଗକୁ ବଢିଥିଲି । ହେଲେ ହଠାତ ଟ୍ରକ ଟି କିଛି ଦୂର ଆଗକୁ ଯାଇି ପୁରା ବ୍ରେକ ମାରି ଠିଆ ହୋଇପଡିଲା । ଫଳରେ ମୁଁ ବ୍ରେକ ମାରିବା ସତ୍ୱେ ବସ ଟି ଟ୍ରକ ର ପଛ ପଟେ ପିଟି ହୋଇଗଲା ଓ ଟ୍ରକ ରେ ବସ ଟି ଲାଗିଗଲା । ଏବଂ ସେପଟେ ଟ୍ରକ ଟି ନ ଅଟକିବାରୁ ବସ ଟି ଟ୍ରକ ପଛରେ ଲାଗି କିଛି ଦୂର ଟାଣି ହୋଇ ଗଲା ଓ ତାପରେ ଟ୍ରକ ରୁ ଅଲଗା ହୋଇ ଅଟକି ଯାଇଥିିଲା । ସଙ୍ଗେ ସଙ୍ଗେ ପାଖ ଗାଁ ର ଲୋକ ଓ ଅଗ୍ନିଶମ ବାହୀନୀ ଘଟଣା ସ୍ଥଳରେ ପହନ୍ଚି ଆହତ ଙ୍କୁ ବସ ଭିତରୁ ବାହାର କରିି ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତି କରିଥିଲେ । ଖବର ପାଇ ରାତି ୧ ଟା ସମୟରେ ତୁରନ୍ତ ଖୋଦ ସିଡିଏମ୍ଓ ଅଶୋକ ମିଶ୍ର ଏଡିଏମଓ ଙ୍କ ସହ ୫ ଜଣ ଡାକ୍ତର ଚିକିସôାାଳୟରେ ଉପସ୍ଥିତ ରହି ଆହାତ ଓ ଗୁରୁତରଙ୍କର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ।