
-
ମୃତ୍ୟୁ ସଂଖ୍ୟା ୧୧୩୫ ହେଲା
ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୩୫ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାର ୪ ଜଣ, କଟକ ଓ ଜଗତସିଂହପୁର ଜିଲ୍ଲାର ୨-୨ଜଣ ଅଛନ୍ତି । ସେହିପରି ମୟୁରଭଂଜ, ପୁରୀ, ଢେଙ୍କାନାଳ. କନ୍ଧମାଳ, ବଲାଙ୍ଗୀର ଓ ସମ୍ବଲପୁର ସମ୍ବଲପୁରର ଜଣେ ଜଣେ ଅଛନ୍ତି ।