କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୧୭/୧୦/୨୦୨୦,କରୋନା ମହାମାରୀରୁ ସୁସ୍ଥ ହୋଇ ଫେରିଥିବା ୨୦୦ ଜଣଙ୍କୁ ନେଇ ପୁରୀ ସମୁଦ୍ର ବେଳାଭୂମିରେ ଯୋଗାଭ୍ୟାସ କାର୍ଯକ୍ରମ |ପୁରୀଜିଲ୍ଲା ପ୍ରଶାସନ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରିଛି |ଭାରତ ସରକାରଙ୍କ ଆୟୁଷ ବିଭାଗ ଏବଂ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ କୁ ପାଳନ କରି ପୁରୀ ବ୍ଲୁ ଫ୍ଲାଗ ବିଚ ରେ ଯୋଗ ଶିବିର ଅନୁଷ୍ଠିତ ହୋଇଛି |ମୋଟ ୧୦ ଟି ପେଣ୍ଡାଲ ରେ ୨୦୦ ଜଣ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିଥିଲେ |ଏଥିରେ ଶ୍ରୀମନ୍ଦିର ସେବାୟତ, ଗଣମାଧ୍ୟମ ପ୍ରତିନିଧି, ପୋଲିସ କର୍ମଚାରୀ, ସରକାର କର୍ମଚାରୀ ଓ ସାଧାରଣ ଲୋକ ସାମିଲ ହୋଇଥଲେ |ଗୋପବନ୍ଧୁ ଆୟୁର୍ବେଦ ହସ୍ପିଟାଲ ର ୧୦ ଜଣ ଯୋଗ ଶିକ୍ଷକ ଯୋଗ ଶିଖାଇ ଥିଲେ |ଭୋର ୫ ଟା ରୁ ଏହି ଶିବିର ଆରମ୍ଭ ହୋଇଥିଲା ଏହା ଦୁଇଦିନ ଧରି ହେବାକୁ ଥିବାବେଳେ ଆସନ୍ତା କାଲି ଏହାର ଉଦଯାପନୀ ଦିବସ |କୋଭିଡ ଗାଇଡ଼ ଲାଇନ କୁ ପାଳନ କରି ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଆଜିର ଦିନରେ ପ୍ରାଣାୟାମ, ଓଲମ ବିଲମ, କପାଳ ଭାରତୀ ଭଳି ୧୫ ରୁ ୨୫ ପ୍ରକାରର ଯୋଗାଭ୍ୟାସ କରାଯାଇଥିଲା |ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ ମୋର ବିଶ୍ୱାସ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମ ପୁରୀଧାମ ରୁ ଆରମ୍ଭ ହୋଇ ସାରା ବିଶ୍ୱ ବାସୀଙ୍କ ପାଇଁ ପ୍ରେରଣା ର ବାର୍ତ୍ତା ଦେବ |
Related Stories
November 23, 2024