
ଭୁବନେଶ୍ୱର,ଚଳିତ ବର୍ଷ ଆକାଶ ଇନ୍ଷ୍ଟିଚ୍ୟୁଟ୍ ର ଛାତ୍ରଛାତ୍ରୀମାନେ ନିଟ୍ ପ୍ରବେଶିକା ପରୀକ୍ଷାରେ ଦମ୍ଦାର ପ୍ରଦର୍ଶନ କରି ସଫଳତା ଅର୍ଜନ କରିଛନ୍ତି । ବର୍ଷ ୨୦୨୦ ର ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ସେଥିରେ ସର୍ବ ଭାରତୀୟ ର୍ୟାଙ୍କ୍ ପ୍ରଥମ ୧୦୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇନଷ୍ଟିଚ୍ୟୁଟ୍ ର ଅନେକ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଏହି ପରୀକ୍ଷାରେ ଆକଶ ଇନଷ୍ଟିଚ୍ୟୁଟ୍ ନିଟ୍ ପରୀକ୍ଷାରେ ସୋୟେବ୍ ଅଫତାବ୍ ୭୨୦ ନମ୍ବର ରୁ ୭୨୦ ଆକାଂକ୍ଷା ସିଂହ ୭୨୦ ରୁ ୭୨୦ (୪ ବର୍ଷିଆ କ୍ଲାସ ରୁମ୍ କୋର୍ସ) ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ନିଟ୍ ପରୀକ୍ଷା ର ଏକ ଚତ୍ମକାର ପ୍ରଦର୍ଶନ କାରଣ ଆଗରୁ ଏପରି କେବେ ହୋଇ ନଥିଲା ଏବଂ ସ୍ନିକିଥା ତୁମଲା (୪ ବର୍ଷିଆ କ୍ଲାସରୁମ୍ କୋର୍ସ) ୭୨୦ ରୁ ୭୧୫ ନମ୍ବର ରଖି ତୃତୀୟ ସ୍ଥାନ ରେ ରହିଛନ୍ତି ।ଉକ୍ତ ପରୀକ୍ଷାରେ ଆକାଶ ଇନଷ୍ଟିଚ୍ୟୁଟ୍, ଭୂବନେଶ୍ୱର / କଟକ ଶାଖାର ଓଡିଶାରୁ ୨୩୪ ଛାତ୍ରଛାତ୍ରୀ ୭୨୦ ରୁ ୬୦୦ ମାର୍କ ରଖି ଓଡିଶାର ସୁନାମକୁ ରଖିସାରିଛନ୍ତି । ଆରାଧନା ମନସ୍ୱିନୀ (୨ ବର୍ଷୀୟ କ୍ଲାସରୁମ୍ କୋର୍ସ) ଛାତ୍ରୀ ଇଓଜ ୨୬୧,ମୋନାଲିସା କୁମାରୀ ସାମଲ (୧ ବର୍ଷୀୟ କ୍ଲାସରୁମ୍ କୋର୍ସ) ଇଓଜ ୩୩୩ ଏବଂ ଅନୁଭବ ଚକ୍ର (୧ ବର୍ଷୀୟ କ୍ଲାସରୁମ୍ କୋର୍ସ) ଇଓଜ ୩୯୬ ରଖି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।ଅନବରତ ଆକାଶ ଇନଷ୍ଟିଚ୍ୟୂଟ୍, ଭୂବନେଶ୍ୱର ଏବଂ କଟକ କେନ୍ଦ୍ର ଓଡିଶା ପାଇଁ ନିଟ୍ ଟପର ଦେଇ ଆସିଛି ।ପରମ୍ପରାକୁ ବଜାୟ ରଖି ଏବର୍ଷ ମଧ୍ୟ ଉପରୋକ୍ତ ଦିଆଯାଇଥିବା ଛାତ୍ରଛାତ୍ରୀ ମାନେ ଟପର ହୋଇପାରିଛନ୍ତି ।ଏମାନଙ୍କୁ ନେଇ ଆଜି ଆକାଶ ଗର୍ବିତ କାରଣ ଏହି ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ ଦେଶ ଏବଂ ରାଜ୍ୟର ଜଣାଶୁଣା ମେଡିକାଲ କଲେଜ ମାନଙ୍କରେ ନାମ ଲେଖାଇବାର ସୁଯୋଗ ପାଇପାରିବେ ଯାହାଦ୍ୱାରା ଏହିମାନେ ରାଜ୍ୟ ତଥା ଦେଶର ଅଗ୍ରଗତିରେ ସହାୟକ ହୋଇପାରିବେ ।ଶ୍ରୀ ଏ. ବି. ସିଂହ, କେନ୍ଦ୍ର ନିର୍ଦ୍ଦେଶକ, ଆକଶ ଇନଷ୍ଟିଚ୍ୟୁଟଙ୍କ ମତରେ ଆକାଶ ର ଶିକ୍ଷକଗଣ ଉଚ୍ଚକୋଟୀର,
ସେମାନଙ୍କର ପଢାଇବାର ଶୈଳୀ ଅତି ଉତ୍ତମ , ଆକାଶର ପଠନ ସାମଗ୍ରୀ ଅନୁସନ୍ଧାନମୂଳକ ଅଟେ ଏବଂ ସେ ନିଜେ ତଥା ଆକାଶ ର ଶିକ୍ଷକମାନେ ବିଶ୍ୱାସ କରନ୍ତି ଯେ ଛାତ୍ରଛାତ୍ରୀମାନେ ହେଉଛନ୍ତି ସର୍ବପ୍ରଥମ । ଶ୍ରୀ ସିଂହଙ୍କ ଉକ୍ତିରେ ଅଭିଭାବକ ମାନଙ୍କର ସାହାଯ୍ୟ, ସହାନୁଭୂତି ଏବଂ ସହଯୋଗ ଅତି ଉତ୍ତମ ଥିବାବେଳେ ସେ ଏହାକୁ ସ୍ୱାଗତ ଜଣାଇଛନ୍ତି ।ଶ୍ରୀଯୁକ୍ତ ଅଜୟ ବାହାଦୂର ସିଂହ ଘଋଋଞ ରୀକ୍ଷାରେ ସଫଳ ହୋଇଥିବା ରାଜ୍ୟ ଏବଂ ଦେଶର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି ।ଆକାଶ ଇନଷ୍ଟିଚ୍ୟୁଟ ର ନିର୍ଦ୍ଦେଶକ ଶ୍ରୀ ସିଂହ ନିଟ୍ ର ଫଳାଫଳ ଦେଖି ଅତ୍ୟନ୍ତ ଭାବବିହ୍ୱଳ ହୋଇଯାଇଥିଲେ ଏବଂ କହିଥିଲେ, ଏପରି ଏକ ପରିସ୍ଥିତି ଯେତେବେଳେ ସାରାବିଶ୍ୱ ଉକ୍ଟଙ୍ଖସୟ – ୧୯, କରୋନା ଦ୍ୱାରା ପ୍ରଭାବିତ ଶୀଘ୍ରାତିଶୀଘ୍ର ଇନଷ୍ଟିଚ୍ୟୁଟର ଶିକ୍ଷକମାନେ ଅନଲାଇନ୍ ଜରିଆରେ ଶିକ୍ଷାଦାନ ଆରମ୍ଭ କରି ତା ସାଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ୍ ରେ ପଢିବାପାଇଁ ଉତ୍ସାହିତ କରିଥିଲେ । ଏହା ସହ ସେମାନଙ୍କର ଡାଉଟ୍ କ୍ଲିୟରିଙ୍ଗ୍
କ୍ଲାସ, ଟେଷ୍ଟ ପରୀକ୍ଷା ଗୁଡିକୁ ଅତ୍ୟନ୍ତ ସୂଚାରୁ ରୂପେ ପରିଚାଳନା କରିଥିଲେ । ଏଥିରେ ଆକାଶର ସହଯୋଗୀ କର୍ମଚାରୀମାନେ ମଧ୍ୟ କଠିନ ପରିଶ୍ରମ କରି ପୂର୍ଣ୍ଣ ସହଯୋଗ କରିଥିଲେ । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜକୁ ପରୀକ୍ଷା ପାଇଁ ଉତ୍ତମ ରୂପେ ପ୍ରସ୍ତୁତ କରିସାରିଥିଲେ, ଏହା ପାଇଁ ମୁଁ ସମସ୍ତଙ୍କ ପାଖରେ ଋଣୀ ବୋଲି ଶ୍ରୀଯୁକ୍ତ ଅଜୟ ବାହାଦୂର ସିଂହ ସୂଚନା ପ୍ରଦାନ କରିଛନ୍ତି ।