କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୁରୀ ସର୍ବୋଦୟ ନଗରରେ ଏକ ତିନିମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଅଟ୍ଟାଳିକା ଲକ୍ଷାଧିକ ଟଙ୍କା ବ୍ୟୟରେ ପୁରୀ କୋଣାର୍କ ଉନ୍ନୟନ ସଂସ୍ଥା ନିୟମ ଉଲ୍ଲଙ୍ଘନ କରି ନିର୍ମାଣ କରିଛନ୍ତି । ସେହିପରି ଭୁବନେଶ୍ଵର ସାମନ୍ତରାପୁରରେ ମଧ୍ୟ ତିନିମହଲା ବିଶିଷ୍ଟ ଘର କରି ଭଡା ଲଗାଇଛନ୍ତି । ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁରୀ ଗ୍ରାଣ୍ଡରୋଡ ରଜାନଅର ପାଖ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମାଖାତା ଥିବା ଓମ୍ ଏଣ୍ଟରପ୍ରାଇଜେସ ଆକାଉଣ୍ଟ ନମ୍ବର ୩୫ ୧୯୬୭୪୪୧୫ ରୁ ତା
୨୨.୬.୨୦୧୭ ରିଖରେ ଜେନାବାବୁଙ୍କ ପୁତ୍ର ବିଶ୍ୱରଞ୍ଜନ ଜେନାଙ୍କ ଖାତାକୁ ୫୮ହଜାର ଟଙ୍କା ଯାଇଛି । ସେହିପରି ତା ୧୮.୧୨.୨୦୧୭ ରିଖରେ ଏନଇଏଫଟି ମାଧ୍ୟମରେ ବିଶ୍ବରଞ୍ଜନ ଜେନାଙ୍କ ଖାତାକୁ ୯୬ହଜାର ଟଙ୍କା ଟ୍ରାନ୍ସଫର ହୋଇଛି । ସେହିପରି ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଥିବା
ସାଇକୃପା ଇଣ୍ଟରପ୍ରାଇଜେସ୍ ଆକାଉଣ୍ଟ ନମ୍ବର ୩୩୯୫୦୦୧୮ ଖାତା ନମ୍ବରରୁ ତା ୪.୯.୨୦୧୭ ରିଖରେ ୧ ଲକ୍ଷ ୬୮ହଜାର ଟଙ୍କା ଶ୍ରୀ ଜେନାଙ୍କ ପୁତ୍ର ବିଶ୍ୱରଞ୍ଜନ ଜେନାଙ୍କ ଖାତାକୁ ଏନଇଏଫଟି ମାଧ୍ୟମରେ ଟ୍ରାନ୍ସଫର ହୋଇଛି । ସେହିପରି ୧୦.୪.୨୦୧୭ ରିଖରେ ସାଇକୃପା ଇଣ୍ଟରପ୍ରାଇଜେସ୍
ଆକାଉଣ୍ଟରୁ ବିଶ୍ୱରଞ୍ଜନ ଜେନାଙ୍କ ଖାତାକୁ ୧ ଲକ୍ଷ ୧୬ ହଜାର ଟଙ୍କା ଟ୍ରାନ୍ଫର ହୋଇଛି । ଏତଦ ବ୍ୟତୀତ
ପୁରୀ ପୌରାଞ୍ଚଳ ସିଡିପିଓଙ୍କ କାର୍ଯ୍ୟାଳୟକୁ ବିଭିନ୍ନ ଅଙ୍ଗନବାଡି ସେଣ୍ଟର ପାଇଁ ସରକାରଙ୍କ ନିକଟରୁ ଆସୁଥିବା ଉପକରଣ ପାଇଁ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଛି । ସେହିପରି ପୁରୀ ପୌରାଞ୍ଚଳରେ ବିଭିନ୍ନ ଅଙ୍ଗନବାଡି ସେଣ୍ଟରଗୁଡିକୁ ଶିଶୁ ଖାଦ୍ୟ ଛତୁଆ ଯୋଗାଉଥିବା ଶ୍ରୀଜଗନ୍ନାଥ କୃଷ୍ଣର ନାମକୁ ମାତ୍ର ୪୦-
୫୦ ବସ୍ତା ଗହମ ଖର୍ଚ୍ଚ କରୁଥିବା ବେଳେ ୨୫୦ରୁ ଉର୍ଦ୍ଧ ବସ୍ତା ଗହମ ମିଥ୍ୟ ଖର୍ଚ୍ଚ ଦେଖାଇ ଉଠାଣ କରିଛନ୍ତି । ଅଙ୍ଗନବାଡି ସେଣ୍ଟରଗୁଡିକୁ ଶିଶୁ ଖାଦ୍ୟ ଛତୁଆ ଯୋଗାଣ କରିବା ନାଁରେ ଏହି ସଂସ୍ଥାର ସଦସ୍ୟମାନେ ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି । ଯେଉଁଥିରୁ ଶ୍ରୀ ଜେନା ମୋଟା ଅଙ୍କର ଅର୍ଥ ନେଇଛନ୍ତି
ଏବଂ ସବୁପ୍ରକାର ଜାଲିଆତି ଓ ଦୁର୍ନୀତିକୁ ବାଟ ଦେଖାଇଛନ୍ତି । ସେହିପରି ଶ୍ରୀ ଜେନାଙ୍କ ପତ୍ନୀ ବିଦ୍ୟୁତ୍ ପ୍ରଭା ସ୍ବାଇଁ ଯିଏ କି ପୁରୀ ସଦରବ୍ଲକ ଅଧିନ ବୀରବଳଭଦ୍ରପୁର ପଞ୍ଚାୟତ ସୁଲଭା ଦେଇପୁର ପ୍ରାଇମେରୀ ସ୍କୁଲରେ ଶିକ୍ଷୟିତ୍ରି ରୂପେ କାର୍ଯ୍ୟ କରୁଛନ୍ତି । ସେ ମଧ୍ୟ ବିଭାଗୀୟ ଅଧିକାରୀ ବିଇଓଙ୍କ ଠାରୁ ଆବଶ୍ୟକ ଅନୁମତି ନନେଇ ଓ ନିୟମକୁ ଉଲ୍ଲଙ୍ଘନ କରି ୨୦୧୫ ନଭେମ୍ବର ମାସରେ ଓଡି ୧୩ଡି ୬୬୭୭
ନମ୍ବର ବିଶିଷ୍ଟ ନାଲି ରଙ୍ଗର ହୁଣ୍ଡାର ଆଇ ୧୦ କାର କ୍ରୟ କରିଛନ୍ତି । ସେହିପରି ଶ୍ରୀ ଜେନା ବିଭାଗୀୟ
ଅନୁମତି ନନେଇ ସର୍ବୋଦୟ ନଗରରେ ଗୃହ ନିର୍ମାଣ ନିମନ୍ତେ ଭୂମି କ୍ରୟ କରିଛନ୍ତି ଏବଂ ପିକେଡିଏର ନିୟମକୁ ଉଲ୍ଲଙ୍ଘନ କରି ତିନିମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରିଛନ୍ତି ।
ପୁରୀ ଯୁବକଂଗ୍ରେସର ଯୁବନେତା ଆଲୋକ କୁମାର ଦାଶ ଏହାର ନିରପେକ୍ଷ ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି |ସେ କହିଛନ୍ତି ଛତୁଆ ଦୁର୍ନୀତି ଖୋଳତାଡ଼ ର ସମସ୍ତ ଦସ୍ତାବିଜ ସମସ୍ତ ପ୍ରମାଣ ଥାଇ ମଧ୍ୟ ଗୋଟେ ଥର ଜ଼ିଲ୍ଲପାଳ ଙ୍କୁ ଦାବୀପତ୍ର ଦେବା ସହ ,ପରେ ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରିଥିଲୁ |ଆଉ ଥରେ ଜ଼ିଲ୍ଲାପାଳ ଅଫିସ ଘେରାଉ କଲୁ ହେଲେ କୌଣସି ଉତ୍ତର ପାଇଲୁ ନାହିଁ |ତାପରେ ଟୁଇଟ ମଧ୍ୟ ବାରମ୍ବାର ପରେ ଆଜି ମେଲ କରାଗଲା ଏବେ କାର୍ଯ୍ୟାନୁଷ୍ଠାନ କୁ ଅପେକ୍ଷା |ଉପରୋକ୍ତ ବିଷୟକୁ ଦୃଷ୍ଟି ଦେଇ ଏହାର ଏକ ନିରପେକ୍ଷ ଭିଜିଲାନ୍ସ ତଦନ୍ତ କରାଯାଇ କୃଷ୍ଣଚନ୍ଦ୍ର ଜେନା, ତାଙ୍କ ପୁତ୍ର ବିଶ୍ୱରଞ୍ଜନ ଜେନାଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦଣ୍ଡବିଧାନ କରାଯିବା ସହିତ ଶ୍ରୀ ଜେନାଙ୍କର
ଆୟବର୍ହିଭୂତ ସମ୍ପତ୍ତି ଓ ଜଣେ ସାଧାରଣ କିରାଣୀ ହୋଇ କିପରି ପୁଅ ଝିଅଙ୍କୁ ମେଡିକାଲ ପାଠ ପଢାଇଲେ ଏବଂ ଏତେ ଟଙ୍କା କେଉଁଠାରୁ ଆଣିଲେ ତଦନ୍ତ କରାଗଲେ ସମସ୍ତ ତଥ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଶ୍ରୀଦାଶ କହିଛନ୍ତି |