Related Stories
November 23, 2024
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୁରୀଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା |୯୦ କିମି ରାସ୍ତା ୨୪ଘଣ୍ଟା ରେ ଟ୍ରଲି ରେ ପତ୍ନୀ ଙ୍କୁ ବୋହି ନେଇ ଡାକ୍ତରଖାନା ରେ ପହଞ୍ଚିଥିଲେ କବିର ହେଲେ ସବୁ କୋଠାର ପରିଶ୍ରମ ର ଫଳ ବୃଥା ହୋଇଗଲା | ଆଙ୍ଗୁଳି ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାର ଙ୍କୁ ଉଠାଉଛନ୍ତି କବିର | କାରଣ ତାଙ୍କ ପତ୍ନୀ କୁ ବଞ୍ଚେଇବା ପାଇଁ ମିଳିଲାନି ୧୦୮ ଗାଡି କି ଅନ୍ୟ କିଛି ସହାୟତା ଯୋଉଥିପାଇଁ ଆଜି ସେ ପତ୍ନୀ ହରା | ୨୪ଘଣ୍ଟା ବଦଳରେ ୪ଘଣ୍ଟା ହଉପଛେ ଯଦି ଆମ୍ବୁଲାନ୍ସ ଟେ ମିଳିଥାନ୍ତା ତେବେ ବୋଧ ହୁଏ ପତ୍ନୀ ହରା ହୋଇ ନଥାନ୍ତେ କବିର |ପିଲା ଛୁଆ କେହି ନାହାନ୍ତି ତାଙ୍କର | ଟ୍ରଲି ଚଳେଇ ପେଟ ପୋଷନ୍ତି ଜମି ଖଣ୍ଡେ ନାହିଁ ଭାଇ ଓ ପୁତୁରା ର କାନ୍ଧ ରେ ସେ ଏବେ ବୋଝ ସାଜିଛନ୍ତି | ମିଳିଛି ଇନ୍ଦିରା ଆବାସ ହେଲେ ଗୋଡି,ବାଲି,ସିମେଣ୍ଟ, ଇଟା,ପଥର ର ଦର ଆକାଶ ଛୁଆଁ ହୋଇଥିବାରୁ ସମ୍ପୂର୍ଣ୍ଣ ହୋଇପାରିନି ଇନ୍ଦିରା ଆବାସ | ମନରେ ବହୁତ କ୍ଷୋଭ ପରିବାର ବୋଲି ସ୍ୱାମୀ ଆଉ ସ୍ତ୍ରୀ ଦୁଇଜଣ ଥିଲେ | ସରକାର ଙ୍କ ଅ-ବ୍ୟବସ୍ଥା ହେତୁ ଆଜି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଗ୍ରାମ- ଦାଶ ବିଧ୍ୟାର ପୁର ର କବିର ପତ୍ନୀ ହରା |ମନେ ମନେ ଝୁରୁଛନ୍ତି କବିର ତାଙ୍କ ପତ୍ନୀ ଙ୍କୁ ଏବେ; ଯେତେବେଳେ ଯୁବ ଓ ଛାତ୍ର କଂଗ୍ରେସ ର ଟିମ ଯାଇ ପହଞ୍ଚିଲା କବିର ଙ୍କ ସହ ଆଲୋଚନା କଲା | ଭୋ ଭୋ ହୋଇ କାନ୍ଦିଲେ କବିର ତେବେ ଯୁବ କଂଗ୍ରେସ ର ଆଲୋକ କୁମାର ଦାଶ,ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ଯୁବ ନେତା ବିଭୁ ପ୍ରସାଦ ରଥ , ପୁରୀ ର ବସ୍ତି ନେତା ମନୋଜ ମଣ୍ଡଳ ,ପୁରୀ ସଦର ଯୁବ ନେତା ଆଦିତ୍ୟ କୁମାର , ଛାତ୍ର କଂଗ୍ରେସ ପୁରୀ ଟାଉନ ସଭାପତି ଅନିଲ ବେଜ ଓ ସତ୍ୟବାଦୀ ଛାତ୍ର କଂଗ୍ରେସ ସଭାପତି ଅରୁଣ କୁମାର ଜେନା ଙ୍କ ସହ ଅନ୍ୟ ଯୁବ ଓ ଛାତ୍ର କଂଗ୍ରେସ ର କର୍ମୀ ଓଡିଶା ସରକାର ଙ୍କ ବ୍ୟବସ୍ଥା କୁ ସମାଲୋଚନ କରି କବିର ଙ୍କୁ ନେଇ ମାନବ ଅଧିକାର କମିଶନ ଙ୍କ ପାଖରେ ସରକାର ଓ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ନାମରେ ଏକ ଲିଖିତ ଅଭିଯୋଗ ଆଗାମୀ ୭ଦିନ ମଧ୍ୟ ରେ କରିବ | ଏହା ସହ ତାଙ୍କର ପତ୍ନୀ ଙ୍କ ବିୟୋଗ ପରେ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ସହ ତାଙ୍କ ଦୁଃଖ ସୁଖ ର ସାଥି ହେବେ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ବୋଲି କଥା ଦେଇଛନ୍ତି | ଯୁବ ଓ ଛାତ୍ର କଂଗ୍ରେସ ଆଗାମୀ ଦିନ ରେ ଏଭଳି ଆଉ କାହା ସହ ନହେଉ ବୋଲି ଆଶା କରି ସରକାର ଙ୍କ ବିପକ୍ଷ ରେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବା ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ନିଜ ପଦ ରୁ ଇସ୍ତଫା ଦିଅନ୍ତୁ ବୋଲି ଦାବୀ କରିଛନ୍ତି | ନଚେତ ନବ ଦାସ ଙ୍କ ପୁରୀ ଗସ୍ତ ରେ ଯୁବ ଓ ଛାତ୍ର କଂଗ୍ରେସ କାଳି ମାଡ ସହ ଅଣ୍ଡା ମାଡ଼ କରିବାକୁ ପଛେଇବ ନାହିଁ ଜୋରଦାର ବିକ୍ଷୋଭ ହେବ | ଏହା ସହ ଆଲୋକ କହିଛନ୍ତି କି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ରେ ଓ ପୁରୀ ଜ଼ିଲ୍ଲା ରେ ଯୋଉ ଭଳି ଭାବେ ଏମିତି ଏକ ଘଟଣା ଘଟିଲା ଯାହାକି ପୁରୀ ଜ଼ିଲ୍ଲା ପାଇଁ ନିନ୍ଦା – ହେଲେ ଏତେ ପର୍ଯ୍ୟନ୍ତ ସତ୍ୟବାଦୀ ର ବିଧାୟକ ନିଜ ଆଡୁ ସମବେଦନା ଜଣେଇବାକୁ ପହଁଚିଲେ ନାହିଁ | କି ଏକ ଫୋନ କଲ ମଧ୍ୟ କଲେ ନାହିଁ | କିନ୍ତୁ; ଯେତେବେଳେ ବିଜେଡି ଦଳ ର ନେତା ମରିଗଲେ କରୋନା କୁ ଖାତିର ନକରି ସହ ସହ ଲୋକଙ୍କ ମଧ୍ୟ ରେ ଆସି ସୁପର ସ୍ପେଡର ରୂପେ ପୁରୀ ସ୍ୱର୍ଗ ଦ୍ୱାର ରେ ଠିଆ ହେଲେ | “ସେ ଥିଲେ ନେତା ଆଉ ୟେ ହେଲେ ଜନତା” କଥାରେ ଅଛି ” ଆପନା କାମ ବନତା ଭାଡ଼ ପେ ଯାଏ ଜନତା ” ଲଜ୍ୟା ଲାଗିବା କଥା ମାନ୍ୟବର ସତ୍ୟବାଦୀ ବିଧାୟକ ଙ୍କୁ ତାଙ୍କ ହୀନ ରାଜନୀତି ଓ ତାଙ୍କର ନିର୍ବାଚନ ମଣ୍ଡଳୀ ରେ ଦୁଃଖ ସୁଖରେ ନ-ଠିଆ ହେଉଥିବା ନେତା ଜଣେ ଉମା ସାମନ୍ତରାୟ ନିହାତି ସ୍ୱାର୍ଥ ବାଦ ନେତା ବୋଲି ପ୍ରମାଣିତ ଏହା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ କହିଛନ୍ତି |