ଭୁବନେଶ୍ୱର : ରାଜଧାନୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ ବାହାରି ବିଭିନ୍ନ ରାଜ୍ୟ ଦେଇ ଦିଲ୍ଲୀରେ ପହଞ୍ଚିଥାଏ । ଏହି ଏକ୍ସପ୍ରେସ୍କୁ ଓଡ଼ିଶାର କଳା ଓ ସଂସ୍କୃତିର ଏକ୍ସପ୍ରେସ୍ରେ ରୂପାନ୍ତରିତ କରିବା ପାଇଁ କିଛି ଦିନ ତଳେ ପୂର୍ବତଟ ରେଳବାଇ ଏବଂ ନବରତ୍ନ ନାଲ୍କୋ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣା ସ୍ୱାକ୍ଷରିତ ହେବା ପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ରେଳବାଇ ମନ୍ତ୍ରାଳୟ ଏହାକୁ ମଂଜୁରୀ ଦେଇଥିଲା । ଏହି ପ୍ରକଳ୍ପ ଅନୁସାରେ ରାଜଧାନୀ ଏକ୍ସପ୍ରେସ୍ର ଡବାଗୁଡ଼ିକର ବାହ୍ୟ ପାଶ୍ୱର୍ ଓଡ଼ିଶାର ପଟ୍ଟଚିତ୍ର, ଓଡ଼ିଶାର ପର୍ଯ୍ୟଟନ ସ୍ଥଳ ତଥା ଓଡ଼ିଶାର ପ୍ରସିଦ୍ଧ ଶାସ୍ତ୍ରୀୟ ଓ ଲୋକନୃତ୍ୟରେ ଅଙ୍କିତ ହେବ ।\n ରାଜଧାନୀ ଏକ୍ସପ୍ରେସ୍କୁ ଓଡ଼ିଶାର କଳା-ସଂସ୍କୃତିର ଏକ୍ସପ୍ରେସ୍ରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଆଶା କରାଯାଉଛି ଯେ ଅକ୍ଟୋବର୍ ମାସ ମଧ୍ୟ ଭାଗ ସୁଦ୍ଧା ଶେଷ ହେବ । ଏହି ନୂତନ ରୂପରେ ସଜ୍ଜିତ ରାଜଧାନୀ ଏକ୍ସପ୍ରେସ୍କୁ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଖଣି, କୋଇଲା ଓ ସାଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ନୁଆଦିଲ୍ଲୀ ଷ୍ଟେସନ୍ ଠାରୁ ଲୋକାର୍ପିତ ହେବାର ଯୋଜନା ରହିଛି ।
Related Stories
November 22, 2024