ଗଞ୍ଜାମ– ଲଘୁଚାପଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଆଙ୍କୁଲି ଅଂଚଳରେ ପାହାଡ଼ରୁ ମାଟି ଓ ପଥର ଅତଡ଼ା ଖସି ବନ୍ଦ ରହିଥିବା ଆଙ୍କୁଲି ରାସ୍ତା ସଫେଇ କାର୍ଯ୍ୟ ଗତକାଲି ଅପରାହ୍ନରୁ ଆରମ୍ଭ ହୋଇଛି । ବହୁ କଷ୍ଟରେ ସେଠାରେ ଜେସିବି ମେସିନ୍ ପହଂଚିବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ସଫା କରାଯାଉଛି । ସାଇଡ଼୍ ଇଞ୍ଜିନିୟରଙ୍କ ସୂଚନା ପ୍ରକାରେ ଶୁକ୍ରବାର ରାତି ୭ଟା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଇ ବନ୍ଦ କରାଯାଇଥିଲା । ପୁଣି ଆଜି ସକାଳୁ କାମ ଆରମ୍ଭ ହୋଇଛି । ରାସ୍ତା ଉପରେ ବଡ ବଡ ପଥର ଖଣ୍ଡ ପଡି ରହିଥିବାରୁ ଆଦିବାସୀ ବହୁଳ ଆଙ୍କୁଲି ପଚାଂୟତକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରହିଛି ।
Related Stories
November 23, 2024