ଗଞ୍ଜାମ– ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ୧୬ ତାରିଖ ସକାଳ ୬ଟା ଠାରୁ ୧୭ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀ, ବେପରୁଆ ଗାଡି ଚାଳକ ଏବଂ ବେଆଇନ ମଦ କାରବାର ଉପରେ ଚଢ଼ଉ କରାଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବେପରୁଆ ଗାଡ଼ି ଚାଳକ ୧୪୦ ଜଣଙ୍କ ଚାଲାଣ କଟାଯାଇଛି । ସେମାନଙ୍କ ନିକଟରୁ ଜୋରିମାନା ବାବଦକୁ ୭୦ ହଜାର ଟଙ୍କା ଆଦାୟ କରାଯାଇଛି । ମାସ୍କ ବ୍ୟବହାର କରୁନଥିବା ୧୦ ଜଣ ବ୍ୟକ୍ତି ବିଶେଷଙ୍କ ଠାରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହିପରି ମୋଟ୍ ଜୋରିମାନା ବାବଦକୁ ୭୨ ହଜାର ଟଙ୍କା ଆଦାୟ କରାଯାଇଛି ।
ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୫୧ ଲିଟର ମଦ ଜବତ ହୋଇଛି । ବିଭିନ୍ନ ମାମଲାରେ ୧୦ ଜଣଙ୍କୁ ଗିରଫ କରାଯାଇଛି । ଥାନାରେ ଦୁଇଟି ଏତଲା ଦାୟର୍ ହୋଇଛି ।