ଗଞ୍ଜାମ– ଲଗାଣ ବର୍ଷା ପରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ବିଭିନ୍ନ ଦୁର୍ଗମ ଅଂଚଳରେ ବାସକରୁଥିବା ଲୋକମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସାଙ୍ଗକୁ ସ୍ୱଚ୍ଛ ପାନୀୟ ଜଳ ଅଭାବରେ ଆଦିବାସୀ ବହୁଳ ଏଲଗଲ ଗାଁରେ ବହୁ ସଂଖ୍ୟାରେ ଲୋକ ଏବେ ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ବିନା ଚିକିତ୍ସାରେ ଏମାନେ ଗାଁରେ ପଡି ରହିଛନ୍ତି । ବାଘଲଟି ଜଳଭଣ୍ଡାରର ଜଳ ଘେରରେ ରହୁଥିବା ଆଙ୍କୁଲି ପଚାଂୟତର ଅପହଂଚ ଆଦିବାସୀ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବର୍ଷା କମିବା ପରେ ଗାଁରେ ଜ୍ୱର ଆତଙ୍କ ଦେଖାଦେଇଛି । ଯାହାକି ସେଠାକାର ଅଧିବାସୀ ମାନଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଜ୍ୱରରେ ଗ୍ରାମର ରାଜୁ ବେହେରା (୩୦), ଅଶୋକ କୁମାର କାର୍ଜି (୨୧), ଗୀତା ପ୍ରଧାନ (୧୦), ଜଟେଶ୍ୱର ବେହେରା (୩୦), ଅଭି ବେହେରା (୪୦), ଫୁଲ ପ୍ରଧାନ, ମାକାଇ ପ୍ରଧାନ, ସାବିତ୍ରୀ ନାୟକ, ମଞ୍ଜୁଳା ଗମାଙ୍ଗ, ବିଷ୍ଣୁ ବେହେରା, ଅନସୀ ବେହେରା, ମହେଶ୍ୱର ବେହେରା ପ୍ରମୁଖ ୧୫ ଜଣ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ସଂନ୍ଧ୍ୟା ସୁଦ୍ଧା ସେମାନଙ୍କୁ ଚିକିତ୍ସା ସୁବିଧା ଉପଲବ୍ଧ ହୋଇନାହିଁ । ଏନେଇ ମହିଳା ସ୍ୱାସ୍ଥ୍ୟକର୍ମୀ କଲ୍ୟାଣୀ ଶୁଭକାମିନୀ ପାଇକ କହିଛନ୍ତି ଯେ, ଆମ ନିକଟରେ ଏନେଇ କୌଣସି ଖବର ନାହିଁ । ଗୋଟିଏ ଟିମ୍ ହୋଇ ଉକ୍ତ ଗ୍ରାମକୁ ଯାଇ ଆମେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବୁ ।
Related Stories
November 23, 2024
November 23, 2024
November 23, 2024