ଭଦ୍ରକ – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ କଁାପଡ଼ା ପାୟତର ଚାଷୀମାନେ ‘ଫନି’ ବାତ୍ୟା କ୍ଷତିପୂରଣ ଦାବିରେ ଶୁକ୍ରବାର ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେମାନେ ତହସିଲଦାରଙ୍କୁ ଭେଟି ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ତେବେ ତହସିଲଦାର ଅନୀତା ନାୟକ ଚାଷୀମାନଙ୍କ ଦାବିପତ୍ର ରଖôବା ସହିତ ବ୍ଲକ ସହାୟକ କୃଷି ଅଧିକାରୀଙ୍କୁ ଏ ସµର୍କରେ ଜଣାଇବାକୁ ପରାମର୍ଶ ଦେଇଥିଲେ। ପରେ ଚାଷୀମାନେ ସହକାରୀ କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ଧୀରଙ୍କୁ ଭେଟି ଏ ସµର୍କରେ ଜଣାଇଥିଲେ। ଏ ସµର୍କରେ ଜିଲାପାଳଙ୍କ ନିଦ୍ର୍ଧେଶ ଦେବେ ସେହି ଅନୁସାରେ ପଦକ୍ଷେପ ନିଆଯିବା ସହିତ କୃଷି କାର୍ଯ୍ୟଳୟ ପକ୍ଷରୁ ଉଚ୍ଚକର୍ୃପକ୍ଷଙ୍କୁ ଅବଗତ କରାଯିବ ବୋଲି ଚାଷୀମାନଙ୍କ କୃଷି ଅଧିକାରୀ ଶ୍ରୀ ଧୀର ପ୍ରତିଶ୍ରୁତି ଦେଇଥିଲେ ା ଚାଷୀମାନେ ଦର୍ଶାଛନ୍ତି େଯ, କଁାପଡ଼ା ବନ୍ୟା କ୍ଷତିଗ୍ରସ୍ତ ପାୟତ ଭାବେ ପରିଗଣିତ ହୋଇଥାଏ। ପାୟତବାସୀ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି। ଗତ ଫନି ବାତ୍ୟାରେ ପାୟତର ଅଧିକାଂଶ ଚାଷୀଙ୍କର ଧାନଫସଲ ସµୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ଯାହାଫଳରେ ସେମାନଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଥିଲା। ତେବେ ପରବର୍ୀ ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ ପାଇଁ ସରକାର ନିଦ୍ର୍ଧେଶ ଦେଇଥିଲେ। ତେବେ କଁାପଡ଼ା ପାୟତର ତଦନ୍ତକାରୀ ଅଧିକାରୀ ମନମୁଖୀ ଭାବେ କ୍ଷୟକ୍ଷତି ରିପୋର୍ଟ ଦେଇଥିଲେ। ଯାହାଫଳରେ ଅଧିକାଂଶ ଚାଷୀ ସହାୟତା ପାଇବାରୁ ବôତ ହୋଇଥିଲେ। କ୍ଷତିଗ୍ରସ୍ତ ଚାଷୀମାନେ ବିଭିନ୍ନ ସମୟରେ ତହସିଲଦାରଙ୍କୁ ଭେଟି ଏ ସµର୍କରେ ଅଭିେଯାଗ କରିଥିଲେ ମଧ୍ଯ କୌଣସି ସୁଫଳ ପାଇ ପାରିନାହାନ୍ତି। ଏଥିରେ ଅସନ୍ତୋଷ ପ୍ରକାଶ କରି ବସନ୍ତ ମଳିକ, ଗଣେଶ ମଳିକ, ଦାସରଥି ମଳିକ, ପଦ୍ମଲୋଚନ ମଳିକ, ରମାକାନ୍ତ ମଳିକଙ୍କ ନେତୃତ୍ବରେ ଭିକାରୀ ଦାସ, ସୁଦର୍ଶନ ଦାସ, ଅମୂଲ୍ୟ ଦାସ, ମାଣିକ ଦାସ, ଜ୍ୟୋତ୍ସ୍ନା ଦାସ, ରଞ୍ଜିତା ଦାସ, ସାରଥୀ ଦାସ ପ୍ରମୁଖ ଶତାଧିକ ଚାଷୀ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ।
Related Stories
November 22, 2024