ପାରାଦ୍ବୀପ– ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏକ ଅନନ୍ୟ ପ୍ରୟାସର ଶୁଭାରମ୍ଭ କରିଛି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ବିଭାଗ । ଏହା ମାଧ୍ୟମରେ ଉତ୍କୃଷ୍ଟତା ବଣ୍ଟନର ଉଦ୍ଦେଶ୍ୟ ନେଇ ଏକ ଅୟେଲ ପୋର୍ଟାଲର ଶୁଭ ଉଦଘାଟନ କରିଛନ୍ତି ଉକ୍ତ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପେଟ୍ରୋଲିୟମ ଉତ୍ପାଦ ଗୁଡିକୁ ଲୋକଲୋଚନ ଆଣିବା ଓ ତାର ରକ୍ଷଣ ବକ୍ଷନ ଓ ତାର ମରାମତି କରିବା ମେକ ଇନ ଇଣ୍ଡିଆ ଅନୁଯାୟୀ ଆବଶ୍ୟକ ତଥ୍ୟ ଏହି ୱେବ ପୋର୍ଟାଲରେ ଉପଲବ୍ଧ ହେବ । ନୂଆ ଓ ଶିଳ୍ପ ମାନେ ଏହି ପୋର୍ଟାଲରୁ ତଥ୍ୟ ପାଇପାରିବେ । ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଏହା କମିଟି ବିଭିନ୍ନ ତୈଳ ଓ ବାଷ୍ପ ଉତ୍ପାଦନ କାରୀ ସଂସ୍ଥା ମାନଙ୍କୁ ନେଇ ଗଠିତ ହୋଇଛି । ମାନ୍ୟବର ମନ୍ତ୍ରୀ ମହୋଦୟ ପୋର୍ଟାଲ ଉନ୍ମୋଚନ ଅବସରରେ ଏମଏସଏମଇ ମାଧ୍ୟମରେ ଏସସି ଏଷ୍ଟି ମହିଳା ଉଦ୍ୟୋଗକୁ ସ୍ୱତନ୍ତ୍ର ସୁବିଧା ଦେବା ପାଇଁ ଗୁରୁତ୍ୱ ଦେଇଛନ୍ତି ବୋଲି ପାରାଦ୍ୱୀପ ରିଫାଇନାରୀ ପକ୍ଷୀ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରୁ ଜଣାପଡ଼ିଛି ।