
ପାରାଦ୍ବୀପ– କେନ୍ଦ୍ର ସରକାରଙ୍କ ଜାହାଜ ପୁନଃବିନିଯୋଗ ଅଧିନିୟମ ୨୦୧୯ ଧାରା ଅନ୍ତର୍ଗତ ଜାହାଜ ମହାନିର୍ଦ୍ଦେଶକ ଜାତୀୟ ପୁନଃ ବିନିଯୋଗ ବା ପ୍ରକ୍ରିୟା କରଣ ପ୍ରାଧିକରଣ ଭାବେ ଅଧିସୁଚିତ କରିଛନ୍ତି । ଏହି ପ୍ରକ୍ରିୟାରେ ଜାହାଜ ମହାନିର୍ଦେଶକ ଜାହାଜ ପୁନଃ ପ୍ରକ୍ରିୟା କରଣର ସର୍ବୋଚ୍ଚ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ଜାହାଜ ପ୍ରକ୍ରିୟାକରଣ ଉଦ୍ୟୋଗ ମାନଙ୍କର ସମସ୍ତ ବିକାଶର ସମସ୍ତ ହିତାଧିକାରୀଙ୍କର ପରିବେଶ ଅନୁକୂଳ ମାନଦଣ୍ଡ ସୁରକ୍ଷା ତଥା ସ୍ଵଛତା ରକ୍ଷା ଉପରେ ମହାନିର୍ଦେଶକ ଦୃଷ୍ଟି ଦେବେ । ଜାହାଜ ମହାନିର୍ଦେଶକ ଜାହାଜ ପୁନଃ ପ୍ରକ୍ରିୟାକରଣର ମାଲିକ ଓ ରାଜ୍ୟ ସରକାରଙ୍କ ଦ୍ବାରା ଆବଶ୍ୟକ ବିଭିନ୍ନ ଅନୁମୋଦନ ଲାଭ ପାଇଁ ଜାହାଜ ମହାନିର୍ଦେଶକ ଶୀର୍ଷ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ଏହି ଅଧିନିୟମ ଅନ୍ତର୍ଗତ ଅନ୍ତ୍ରରାଷ୍ଟ୍ରୀୟ ସାମୁଦ୍ରିକ ସଂଗଠନ (ଆଇଏମଓ) ଠାରେ ଆୟୋଜିତ ଜାହାଜ ପୁନଃ ପ୍ରକ୍ରିୟାକରଣ ସମ୍ମିଳନୀରେ ଭାରତ ଅଂଶଗ୍ରହଣ କରିଥିଲା ।