ଭୁବନେଶ୍ୱର– ରାଜ୍ୟ ସରକାର ଗଣମାଧ୍ୟମ ପ୍ରତି ଅସହିଷ୍ଣୁ ହୋଇ ପଡିଥିବା ନେଇ ଉଦବେବ ପ୍ରକାଶ କରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ । ସେ ରାଜ୍ୟ ସରକାରଙ୍କୁ ସମାଲୋତନା ଶୁଣିବାର ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ।
ବିରୋଧୀ ଦଳର ନେତା ଶ୍ରୀ ନାୟକ ଟ୍ୱିଟ କରି କହିଛନ୍ତି ଯେ- ସୁସ୍ଥ ଗଣତନ୍ତ୍ରରେ ଗଣମାଧ୍ୟମର ଏକ ବଡ ଭୁମିକା ଅଛି । ହେଲେ ଯେଉଁଭଳି ଭାବରେ ଆମ ରାଜ୍ୟରେ ସରକାର ଗଣମାଧ୍ୟମ ପ୍ରତି ଅସହିଷ୍ଣୁ ହୋଇପଡୁଛନ୍ତି ତାହା ଆଗରୁ କେବେ ଦେଖାଯାଇନଥିଲା । ସରକାର ଏପରି କାହିଁକି କରୁଛନ୍ତି ? କଣ ସରକାର ଭାବୁଛନ୍ତି କି ସରକାର ସମାଲୋଚନାର ଉର୍ଦ୍ଧ୍ୟରେ ବୋଲି ?
ଯେଉଁ ଗଣମାଧ୍ୟମ ସରକାରଙ୍କ ବିରୋଧରେ ଖବର ପ୍ରସାରଣ କରୁଛି ତା ଉପରେ ସରକାରୀ କଳ ଦାଉ ସାଧୁଛି । ଏହା ଶୁଭଙ୍କର ନୁହେଁ । ଏହା କ୍ଷମତାର ଅପବ୍ୟବହାର । ଅତ୍ୟନ୍ତ ସ୍ୱେଛାଚାରି ଶାସନର ପରିଚୟ । ସରକାର ସୁଧୁରି ଯାଆନ୍ତୁ । ସମାଲୋଚନାକୁ ଶୁଣିବାର ଧୈର୍ଯ୍ୟ ରଖନ୍ତୁ । କବିର କହିଛନ୍ତି ନିନ୍ଦର ନିୟରେ ରାଖିଏ ।