ଭୁବନେଶ୍ୱର – ବିଭିନ୍ନ ବିଭାଗରେ ନୂତନ ଭାବେ ନିୟୋଜିତ ହୋଇଥିବା ଯୁବ ସହକାରୀ ଉପବିଭାଗୀୟ ଅଧିକାରୀ(ଏ.ଏସ୍.ଓ)ମାନଙ୍କ ସହ ମୁଖ୍ୟ ଶାସନ ସଚିବ ଶ୍ରୀ ଅସୀତ ତ୍ରିପାଠୀ ଆଜି ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆଲୋଚନା କରିଛନ୍ତି ।
ଆଲୋଚନା ସମୟରେ ଶ୍ରୀ ତ୍ରିପାଠୀ କହିଥିଲେ ଯେ ବର୍ତର୍ମାନ ସମାଜ ଦ୍ରୁତଗତିରେ ପରିବର୍ତିର୍ତ ଏବଂ ରୂପାନ୍ତରିତ ହେଉଛି । ନାଗରିକମାନେ ଡିଜିଟାଲ୍ ଦୁନିଆ ସହିତ ସଂଯୋଜିତ ହେଉଛନ୍ତି । ସେମାନଙ୍କର ଆଶା ଓ ଆକାଂକ୍ଷାରେ ମଧ୍ୟ ଅଭିବୃଦ୍ଧି ଘଟିଛି । ସେହି ଅନୁସାରେ ସରକାରୀ ବ୍ୟବସ୍ଥା ଓ ପ୍ରଶାସନିକ ଢଙ୍ଗ ମଧ୍ୟ ଦ୍ରୁତ ପରିବର୍ତିର୍ତ ହେଉଛି । ଏପରି ସମୟରେ ପେଶାଗତ
ମନୋଭାବରେ ଅଭିନବ କୌଶଳ ଅବଲମ୍ବନ କରି ବ୍ୟବସ୍ଥାକୁ ଅଧିକ ଫଳପ୍ରସୂ କରିବା ଆବଶ୍ୟକ ।
ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଆପଣମାନେ ଇଂଜିନିୟରିଂ, ବ୍ୟବସାୟ ପରି•ଳନା, ଆର୍ଥିକ ପରି•ଳନା ଆଦି ବିଭିନ୍ନ ବୃର୍ତିଗତ ବିଷୟରେ ଶିକ୍ଷାଲାଭ କରିଛନ୍ତି । ନିଜର ଜ୍ଞାନ ଓ ବୁଦ୍ଧିମତା ପ୍ରୟୋଗ କରି ତ୍ୱରିତ ସେବାଯୋଗାଣରେ ଗୁଣାତ୍ମକ ପରିବର୍ତର୍ନ ହାସଲ କରିବାକୁ ଶ୍ରୀ ତ୍ରିପାଠୀ ଏ.ଏସ୍.ଓମାନଙ୍କୁ ନିର୍ଦେଶ ଦେଇଥିଲେ । ୫ଟି ଆଧାରରେ କିପରି ନିଷ୍ପର୍ତି ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟାକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିହେବ ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରଚଳିତ ନିୟମ ଓ ପ୍ରକ୍ରିୟାର ପ୍ରକୃତ ଉଦେ୍ଧଶ୍ୟ ବୁଝି ତ୍ୱରିତ ଗତିରେ ସେବାଯୋଗାଣ ପାଇଁ ଅଭିନବ ଉପାୟମାନ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା ଏ.ଏସ୍.ଓମାନଙ୍କୁ ନିଜ ନିଜ ଉପବିଭାଗର ରେକର୍ଡ, ଫାଇଲ୍ ଏବଂ ନିଜ କାର୍ଯ୍ୟକରିବାର ସ୍ଥାନ ସୁସଂଗଠିତ କରି ରଖିବା ପାଇଁ କହିଥିଲେ । ଯିଏ ଯେତିକି ସଂଗଠିତ ସିଏ ସେତେ ଅଧିକ କାର୍ଯ୍ୟ କରିପାରିବ ବୋଲି ଶ୍ରୀ ମୀନା କହିଥିଲେ । ଓସ୍ୱାସ୍, ଆଇ.ଏଫ୍.ଏମ୍.ଏସ୍ ଏବଂ ଏଚ୍.ଆର୍.ଏମ୍.ଏସ୍ ଭଳି ଅନ୍ଲାଇନ୍ ବ୍ୟବସ୍ଥା ମାଧ୍ୟମରେ କାମ କରିବାକୁ ଶ୍ରୀ ମୀନା ନିର୍ଦେଶ ଦେଇଥିଲେ । ନିଜ ନିଜର ବୃତିଗତ ଶିକ୍ଷାରୁ ଲାଭ କରିଥିବା ଜ୍ଞାନର ପ୍ରୟୋଗ କରି ଇନ୍-ହାଉସ୍ କନ୍ସଲ୍ଟାଂଟଣ୍ଟ ଭାବେ କାର୍ଯ୍ୟ କରିବାକୁ ଏ.ଏସ୍.ଓମାନଙ୍କୁ ପରାମର୍ଶ ଦିଆଯାଇଥିଲା ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଏ.ଏସ୍.ଓମାନଙ୍କଠାରୁ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱ, ଦାୟିତ୍ୱ ପାଳନ ଦିଗରେ ଥିବା ସୁବିଧା-ଅସୁବିଧା ଏବଂ ବ୍ୟବସ୍ଥାର ଗୁଣାତ୍ମକ ବିକାଶ ପାଇଁ ପରାମର୍ଶମାନ ସଂଗ୍ରହ କରିଥିଲେ । ଏ.ଏସ୍.ଓମାନେ ନିଜ ନିଜର ଅନୁଭୂତି ଓ ପରାମର୍ଶ ରଖିଥିଲେ ।