
ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାର ୪ ଜଣ, କଟକ ଓ ସୁନ୍ଦରଗଡ ଜିଲ୍ଲାର ୩-୩ ଜଣ ଅଛନ୍ତି । ଗଂଜାମ ଜିଲ୍ଲାର ୨ ଜଣ ସେହିପରି ନୟାଗଡ. ଯାଜପୁର ବାଲେଶ୍ୱର, ବୌଦ୍ଧ, କଳାହାଣ୍ଡି, ଜିଲ୍ଲାର ଜଣେ ଜଣେ ଅଛନ୍ତି ।