ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ତାଙ୍କର ଜନ୍ମଦିନ ପାଳନ କରିବେ ନାହିଁ । ୧୬ ଅକ୍ଟୋବର ଦିନ ତାଙ୍କର ଜନ୍ମ ଦିନ ଥିବା ବେଳେ ସେ କରୋନା କଟକଣା ପାଇଁ ନିଜର ଜନ୍ମଦିନକୁ ଚଳିତ ବର୍ଷ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜନ୍ମଦିନରେ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ କରିବାକୁ ନିବେଦନ କରିଛନ୍ତି । ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ପାଇଁ ସବୁବେଳେ ସେ ଋଣୀ ରହିବେ ବୋଲି କହିଛନ୍ତି । ଗତ ଆଠ ମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ଆଗାମୀକାଲି ନବୀନ ନିବାସ ନ ଆସି ବରଂ ମୁଖ୍ୟମନ୍ତ୍ରୀ ରକ୍ତଦାନ ଓ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଛନ୍ତି ।