ଭୁବନେଶ୍ୱର – ମାଓ ଦମନ ପାଇଁ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନରେ ସହଯୋଗ ତଥା ମିଳିତ ଅପରେସନ୍ କରିବାକୁ ଓଡିଶା -ଆନ୍ଧ୍ର ମଧ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତି ନିଆଯାଇଛି ।
ଗୁରୁବାର ପୂର୍ବାହ୍ନରେ ଓଡିଶା ଓ ଆନ୍ଧ୍ରର ପୋଲିସ୍ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଆନ୍ଧ୍ର- ଓଡିଶା ସୀମାରେ ବାମପନ୍ଥୀ ସନ୍ତ୍ରାସବାଦ ମୁକାବିଲା ପାଇଁ ମିଳିତ ଅପରେସନ୍ ଓ ଉଭୟ ପଡୋଶୀ ରାଜ୍ୟ ମଧ୍ୟରେ କିଭଳି ସୁସମନ୍ୱୟ ରକ୍ଷା କରି ମାଓ ଦମନ କାର୍ଯ୍ୟ କରାଯାଇପାରିବ ସେ ବାବଦରେ ମୁଖ୍ୟତଃ ଆଲୋଚନା କରାଯାଇ ନୀତି ନିର୍ଦ୍ଧାରଣ କରାଯାଇଥିଲା ।
ଏହି ବୈଠକରେ ସୀମା ସୁରକ୍ଷା ବାହିନୀ (ବିଏସଏଫ୍) ର ଅତିରିକ୍ତ ଡିଜି , ସିଆରପିଏଫ୍ ର ଆଇଜି , କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବାମପନ୍ଥୀ ସନ୍ତ୍ରାସବାଦ ଦାୟିତ୍ୱରେ ଥିବା ଯୁଗ୍ମ ସଚିବ, ଉଭୟ ଆନ୍ଧ୍ର ଓ ଓଡିଶା ସୀମାବର୍ତୀ ଜିଲ୍ଲା ଗୁଡିକର ଡିଆଇଜି ଓ ଏସପି , ବିଏସଏଫ୍ , ସିଆରପିଏଫ୍ ଓ ଉଭୟ ରାଜ୍ୟର ବରିଷ୍ଠ ପୋଲିସ୍ ଅଧିକାରୀମାନେ ଉପସ୍ଥିତ ଥିଲେ ।