-
ଜନଶୁଣାଣି ଶିବିରରେ ଜମି ଅଧିଗ୍ରହଣ ଓ ସେତୁ ନିର୍ମାଣରେ ପ୍ରଭାବିତ ବ୍ୟକ୍ତି ଯୋଗ ଦେଇଥିଲେ,
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ନେଇ ଆଜି ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର ଆୟୋଜନ କରାଯାଇଥିଲା । ସମଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ମାର୍କଣ୍ଡେଶ୍ବରସାହି ମା’ ବିଶ୍ବେଶ୍ବରୀ ଠାକୁରାଣୀ ପୀଠ, ମାଟିତୋଟା କୋଠଘର ଏବଂ ଜଗନ୍ନାଥ ବଲ୍ଲଭ ମଠ ପ୍ରାଙ୍ଗଣରେ ଏହି ଶିବିରରେ ବହୁ ସେତୁ ନିର୍ମାଣ ରେ ପ୍ରଭାବିତ ବ୍ୟକ୍ତି ଯୋଗ ଦେଇଥିଲେ |
ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ସମଗ୍ର ପୃଥିବୀବାସୀ ଙ୍କ ଆକର୍ଷଣ ନିମନ୍ତେ ରାଜ୍ୟ ସରକାର ପୁରୀଜିଲ୍ଲାର ମୌଳିକ ଭିତ୍ତିଭୂମିର ବିକାଶ ନିମନ୍ତେ ଧାନ କେନ୍ଦ୍ରୀଭୂତ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅଗମେଣ୍ଟେସନ ଅଫ ବେସିକ ଆମେନିଟିଜ ଆଣ୍ଡ ଡେଭଲପମେଣ୍ଟ ଅଫ ହେରିଟେଜ ଆଣ୍ଡ ଆରକିଟେକଚର (ଅବଢା) ଯୋଜନା ପୁରୀ ଠାରେ ୨୦୧୭ ମସିହାରେ ଆରମ୍ଭ କରିଛନ୍ତି । ଯେଉଁଥିରେ କି ଜମି ଅଧିଗ୍ରହଣ ଓ ଥଇଥାନ ଜଗନ୍ନାଥ ମନ୍ଦିର ଭିତରେ ଓ ବାହାରେ ରାସ୍ତା ଉନ୍ନତି ଆଦି ସାମିଲ ଅଛି ।
ପୁରୀକୁ ପୃଥିବୀର ଏକ ଉନ୍ନତ ଐତିହ ସହର ଭାବରେ ଗଢି ତୋଳିବା ନିମନ୍ତେ ଭିତ୍ତିଭୂମି ଉନ୍ନୟନ
ଯୋଜନାରେ ଜାତୀୟ ରାଜପଥ ୩୧୬ ଠାରୁ ପ୍ରସ୍ତାବିତ ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର ଯେଉଁଠାରେ କି
୧୪୦୦ଟି କାର ଏବଂ ୨୦୦ ଦୁଇ ଚକିଆ ଯାନ ରଖିବା ନିମନ୍ତେ ସ୍ଥାନ, ମଲ୍ଟିମଡେଲ ହବ୍, କ୍ରାଫ୍ଟ ବଜାର, ଧ୍ୟାନକେନ୍ଦ୍ର ଆଦି ନିର୍ମାଣ କରିବା ନିମନ୍ତେ
ପ୍ରାବଧାନ ରହିବା ତାହା ସହ ସଂଯୁକ୍ତ କରିବାକୁ କଳାକୃତିରେ ଭରାଏକ ପୋଲ ନିର୍ମାଣ କରିବା ନିମନ୍ତେ ପ୍ରସ୍ତାବ
ଗ୍ରହଣ କରାଯାଇଛି । ପୂର୍ତ୍ତ ବିଭାଗର ବୈଧ ଚିଠି ସଂଖ୍ୟା ୧୦୬୫୪ ତା ୩୧ ଅଗଷ୍ଟ ୨୦୧୯ ଅନୁଯାୟୀ ରାଜ୍ୟ
ସରକାରଙ୍କ ଦ୍ଵାରା ଏହା ନିର୍ଦ୍ଧାରଣ କରାଯାଇଛି ଯେ, ଏହି ସେତୁର ଯୋଜନା, ନକ୍ସା ପ୍ରସ୍ତୁତି ଓ ନିର୍ମାଣ କାର୍ଯ୍ୟ ଆଦି
ନିମନ୍ତେ ଓଡିଶା ସେତୁ ଏବଂ ନିର୍ମାଣ ନିଗମ ମୁଖ୍ୟ ସଂସ୍ଥା ଭାବରେ କାର୍ଯ୍ୟ କରିବ ।