ମାଲକାନଗିରି– ମାଲକାନଗିରି ଜିଲ୍ଲାରେ ଆଜି ଆଉ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୩୧୦ କୁ ବୃଦ୍ଧି ପାଇଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁତର ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ତି କରାଯାଇଛି । ସେହିପରି ସାମାନ୍ୟ ଆକ୍ରାନ୍ତ ମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ମାଲକାନଗିରି ପୌରାଚଂଳରୁ ୮ ଜଣ, ମାଲକାନଗିରି ବ୍ଲକରୁ ୧୪, ବାଲିମେଳା ବିଜ୍ଞାପିତ ଅଂଚଳରୁ ୨ ଜଣ, ମାଥିଲି ବ୍ଲକରୁ ୮ ଜଣ, ପଡ଼ିଆ ବ୍ଲକରୁ ୧୦ ଜଣ, କାଲିମେଳା ବ୍ଲକରୁ ୨ ଜଣ, କୋରକୁଣ୍ଡା ବ୍ଲକରୁ ୨ ଜଣ, ଖଇରପୁଟ ବ୍ଲକରୁ ୮ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକରୁ ୩ ଜଣ ରହିଛନ୍ତି । ତନ୍ମଧ୍ୟରେ ୩ ଜଣ କରୋନା ଯୋଦ୍ଧା ରହିଛନ୍ତି ।
ଅଦ୍ୟାବଧି ଜିଲ୍ଲାରେ ୩୮୩୭ ଆକ୍ରାନ୍ତ ସୁସ୍ଥ ହେଲେଣି । କରୋନାଜନିତ ସକ୍ରିୟ ମାମଲା ୪୬୦ ରହିଛି । ସେହିପରି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩ ରହିଛି ।