ଭୁବନେଶ୍ୱର –କରୋନା ଆକ୍ରାନ୍ତ ହେବା ପରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୁସ୍ଥ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଏହି ଅବସରରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ଅନ୍ୟ ହସପିଟାଲ କର୍ମୀମାନଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ ଡାକ୍ତର ତାଙ୍କୁ ଆଉ କିଛି ଦିନ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି ।