ଗଞ୍ଜାମ– ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ ତିନି ଦିନ ଧରି ଲଗାଣ ବର୍ଷା ଜାରୀ ରହିଛି । ଜିଲ୍ଲାର ସମସ୍ତ ନଦୀ ନାଳ ଫୁଲି ଉଠିଥିବା ଦେଖିବାକୁ ମିଳିଛି । ତୁହାକୁ ତୁହା ବର୍ଷା ଯୋଗୁଁ ଜନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି ।
ଲଘୁଚାପ ଅବପାତର ରୂପ ନେବା ପରେ ଏହାକୁ ଦୃଷ୍ଟିରେ ରଖି ଗୋପାଳପୁର ବନ୍ଦରରେ ୩ ନଂ ବିପଦ ସଂକେତ ଜାରୀ କରାଯାଇଛି । ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ଆନ୍ଧ୍ର ସୀମାବର୍ତି ସ୍ଥଳଭାଗ ଅତିକ୍ରମ କରିଛି । ଏହି ସମୟରେ ସୁମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜିବୀ ମାନଙ୍କୁ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।