
ଜୟପାଟଣା– ଇନ୍ଦ୍ରାବତୀ ରୁ ଜଳ ସେଚନ ଆରମ୍ଭ ହେବା ପରେ ଜୟପାଟଣା ଅଂଚଳ ର ଚାଷୀ କେବଳ ଧାନ ଚାଷ ରେ ମାତି ଥିବା ବେଳେ ଏଵେ ବ୍ଲକ ର ଜଣେ ଅଗ୍ରଣୀ ଚାଷୀ ନିଜସ୍ୱ ଉଦ୍ୟମ ରେ କପା ଚାଷ ଆରମ୍ଭ କରି ଚାଷୀ ମହଲ ରେ ଉଦାହରଣ ସୃଷ୍ଟି କରିଛନ୍ତି |ସରକାର କମ ପାଣି ବିନିଯୋଗ ରେ ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲ, ପନିପରିବା, ତୈଳ ବୀଜ, ଓ ଅନ୍ୟାନ୍ୟ ଅର୍ଥ କାରୀ ଫସଲ ଚାଷ କରିବା ପାଈଁ ଉଦ୍ୟମ ଜାରି ରଖିଛନ୍ତି |କଳାହାଣ୍ଡି ଜିଲ୍ଲା ଧାନ ଓ କପା କ୍ଷେତ୍ରରେ ରାଜ୍ୟରେ ଏକ ଅଗ୍ରଣୀ ଜିଲ୍ଲା ଭାବରେ ପରିଚୟ ଥାଇ ମଧ୍ୟ ଅନେକ ସ୍ଥଳରେ ବିଭାଗୀୟ ସହଯୋଗ ର ଅଭାବ ଦେଖିବାକୁ ମିଳୁଛି |ଏ ଭଳି ପ୍ରତିକୂଳ ଅବସ୍ଥା ରେ ଜୟପାଟଣା ବ୍ଲକ ଅନ୍ତର୍ଗତ କୁ ଚା ଗାଁ ଜଣେ ଉଦ୍ୟମି ଚାଷୀ ଅଙ୍ଗଦ ମାଝୀ ନିଜ ଉଦ୍ୟମ ରେ ପାଞ୍ଚ ଏକର ଜମିରେ ପ୍ରଥମ ଥର ପାଈଁ କପା ଚାଷ ଆରମ୍ଭ କରି ଅନ୍ୟ ମାନଙ୍କ ପାଈଁ ଉଦାହରଣ ତିଆରି କରି ପାରିଛନ୍ତି |ପୁଣି ଏ ସଂକ୍ରାନ୍ତରେ ଚାଷୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ଦେଖି ବାକୁ ମିଳୁଛି |ଶ୍ରୀଯୁକ୍ତ ମାଝୀ ଧାନ ଓ ପନିପରିବା ଚାଷ ରେ ସ୍ୱାବଲମ୍ବୀ ଥିବା ବେଳେ ଏଵେ କପାଚାଷ କରି ଆଉ ଏକ ଅଧ୍ୟାୟ ଯୋଡି ଛନ୍ତି |ଜୟପାଟଣା ବ୍ଲକ ଅଂଚଳରେ ମଙ୍ଗଳ ପୁର, ସର୍ଗି ଗୁଡା, କୁ ଚା ଗାଁ, ବଡ଼ ପୂଝରୀଗୁଡା, ବଡ଼ କରଲାକୋଟ, ହୀରାପୁର, ପାଇକ କେନ୍ଦୁ ମୁଣ୍ଡି, ଆଦିପଂଚାୟତ ମାନଙ୍କରେ ସଚେତନତା ସୃଷ୍ଟି କରାଗଲେ ଅନେକ ଚାଷୀଙ୍କ କ୍ଷେତ୍ରରେ ଅର୍ଥ ନୈତିକ ବିକାଶ ହୋଇ ପାରିବ ବୋଲି ଆଲୋଚନା ହେଊଛି |