
ମାଲକାନଗିରି-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ମେନ ରୋଡ଼ ବିଏସଏନଏଲ ଟାୱାର ନିକଟରେ ଗୋଟିଏ ବାଇକ ଯୋଗେ ଚିତ୍ରକୋଣ୍ଡା ଆଡ଼ୁ ବୁଲୁ ଖରା ନାମକ ଜଣେ ରାଜମିସ୍ତ୍ରୀ କାମ ସାରି ନିଜ ଘରକୁ ଫେରୁଥିବା ବେଳେ ସେହି ସମୟରେ ବିପରୀତ ଦିଗରୁ ତଥା ବାଲିମେଳା ଆଡ଼ୁ ଅନ୍ୟ ଏକ ବାଇକ ଯୋଗେ ଆସୁଥିବା ଦମ୍ପତି ସ୍ବାମୀ ମାଟାମ ଓ ତାଙ୍କ ସ୍ତ୍ରୀ ଲଷ୍ମୀ ମାଟାମ ନିଜ ଗ୍ରାମ ବଡପଦର ପଞ୍ଚାୟତ ହାତୀପଦର ଗ୍ରାମକୁ ଫେରୁଥିଲା ବେଳେ ଦୁଇ ବାଇକ୍ ମଧ୍ୟରେ ମୁହାମୁହିଁ ଧକା ହୋଇଥିଲା । ଦୃଘଟଣା ସ୍ଥଳରେ ଉଭୟ ବାଇକ ଚାଳକ ବୁଲୁ ଖରା ଓ ସ୍ୱାମୀ ମାଟାମଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା !, ମୃତ ସ୍ୱାମୀ ମାଟାମ୍ ଙ୍କ ପତ୍ନୀ ଲଷ୍ମୀ ମାଟାମ ଗୁରୁତର ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଦେଖି ଚିତ୍ରକୋଣ୍ଡା ଥାନା ଓ ୧୦୮ ଆମ୍ବୁଲାନ୍ସ କୁ ଜଣାଇଥିଲେ । ସୂଚନା ପାଇ ପୋଲିସ ସେଠାରେ ପହଁଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତ ତିନି ଜଣଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ ଅଣା ଯାଇଥିଲା । ଚିତ୍ରକୋଣ୍ଡା ଡାକ୍ତର ଉଭୟ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ଥିବା ଲଷ୍ମୀଙ୍କୁ ବର୍ତ୍ତମାନ ସେଠାରେ ଚିକିତ୍ସାଧିନ ଅଛନ୍ତି । ଏ ନେଇ ଚିତ୍ରକୋଣ୍ଡା ଥାନା ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ଦୁଇ ବାଇକ୍ ଜବତ କରି ଉଭୟଙ୍କ ଶବ ବ୍ୟବଛେଦ କରାଇ ପରିବାର ଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।