କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୂର୍ବତନ ବାଚସ୍ପତି,ମନ୍ତ୍ରୀ,ସାସଂଦ,ସୁବକ୍ତା ଓ ରାଜନେତା ଶରତ ଭାଇନା ଙ୍କ ବିୟୋଗ ମୋତେ ବହୁତ ଆଘାତ ଲାଗିଛି। ଶରତ କର ରାଜନୀତି ରେ ବିଜୁବାବୁଙ୍କ ପଟ୍ଟଶିଷ୍ୟ ଓ ବିଶ୍ୱସ୍ତ ଥିଲେ।ସେ ଓଡିଶା ରାଜନୀତିରେ ଏକ ସମୟ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜଣେ ବିଦ୍ୱାନ ଓ ସଂସ୍କୃତି ସମ୍ପର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ। ପୁରୀ ର ବିଧାୟକ ଭାବରେ ଯେତେବେଳେ ଯେଉଁ ସମସ୍ୟା ନେଇ ଯାଇଛି,ସେ ସମସ୍ୟା ର ସମାଧାନ କରିଦେଇଛନ୍ତି। ଗୋଟେ ଘଟଣା ମୋର ମନେ ପଡେ,ଯେତେବେଳେ ଶରତ ଭାଇନା ସଂସ୍କୃତି ମନ୍ତ୍ରୀ ଥିଲେ,ମୁଁ ତାଙ୍କୁ କହିଥିଲି ଯେ ଦୁଇ ଯୋଦ୍ଧା ଯିଏ କି ବ୍ରିଟିଶ ସରକାର ବିରୋଧ ରେ ଲଢ଼େଇ କରି ପ୍ରାଣବଳି ଦେଇଛନ୍ତି |ସେମାନଙ୍କ ପାଇଁ ସରକାରଙ୍କ ତରଫରୁ କୌଣସି ସ୍ୱୀକୃତି ନାହିଁ ସ୍ୱାଧୀନତା ସଂଗ୍ରାମ ର ମାନ୍ୟତା ଦିଆଯାଉ ନାହିଁ ବା ସରକାରଙ୍କ ପକ୍ଷରୁ ସେମାନଙ୍କ ଜନ୍ମଦିବସ ବା ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉ ନାହିଁ। ସେ କହିଲେ ତୁମେ ଲିଖିତ ପ୍ରସ୍ତାବ ଦିଅ,ମୁଁ ଶରତ ଭାଇନାଙ୍କ ଅଫିସ ରେ ବସି ପ୍ରସ୍ତାବ ଦେଇଥିଲି |ତାପରେ ସେ ସଙ୍ଗେ ସଙ୍ଗେ ସଚିବ ଓ ନିର୍ଦେଶକଙ୍କୁ ଡକେଇ ଥିଲେ ସେଇଠି ମିଟିଂ କରି ପ୍ରସ୍ତାବ କୁ ଗ୍ରହଣ କରିଥିଲେ |ଯାହାଫଳରେ ଆଜି ଜୟୀ ରାଜଗୁରୁ ଓ ଚାଖି ଖୁଣ୍ଟିଆ ଙ୍କ ପରି ଦୁଇ ଯୋଦ୍ଧା ଓ ବରପୁତ୍ରଙ୍କର ଜନ୍ମଦିବସ ଓ ଶ୍ରାଦ୍ଧବାର୍ଷିକୀ ସରକାରଙ୍କ ପକ୍ଷରୁ ପାଳିତ ହୋଇ ଆସୁଛି। ସେ ଓଡ଼ିଶାବାସୀ ଙ୍କ ପାଖରେ ଚିରସ୍ମରଣୀୟ ହୋଇ ରହିବେ। ଶରତ ଭାଇନାଙ୍କ ପବିତ୍ର ଆତ୍ମା ର ସଦ୍ଗତି କାମନା କରିଛନ୍ତି ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ।
Related Stories
November 23, 2024