ଗଞ୍ଜାମ– ଜିଲ୍ଲାରେ ମାହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ୧ କୋଟି ଶ୍ରମ ଦିବସ ସୃଷ୍ଟି କରିବାରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟର୍ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି ।
୨୦୧୯-୨୦ ଆର୍ଥିକ ବର୍ଷରେ ଏହି ସମୟ ମଧ୍ୟରେ ୩୦ ପ୍ରତିଶତ ଅର୍ଥାତ୍ ୪୦ ଲକ୍ଷ ୬୭ ହଜାର ୫୬୮ ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା । କିନ୍ତୁ, ଚଳିତ ଆର୍ଥିକ ବର୍ଷରେ ୪୮ ପ୍ରତିଶତ ଲକ୍ଷ୍ୟ ହାସଲ କରାଗଲାଣି । ଏହି ଅବଧି ମଧ୍ୟରେ ୧ କୋଟି ୧୬ ଲକ୍ଷ ୭୩୮୦ ଶ୍ରମ ଦିବସ ଜରିଆରେ କରୋନା ମହାମାରୀ କାଳରେ ପ୍ରବାସୀଙ୍କ ସମେତ ଗ୍ରାମାଚଂଳ ଓ ସହରାଚଂଳରେ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।