
● ଭସାଣିରେ ଶତାଧିକ ମହିଳାଙ୍କ ଗୋଟିଏ ରଙ୍ଗର ଶାଢି ପରିଧାନ ସୃଷ୍ଟି କରେ ଅନନ୍ୟ ଐକ୍ୟ
ବାଲେଶ୍ୱର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ବାଲେଶ୍ୱର ସହରର ଗଡ଼ଗଡ଼ଇା ଛକ ମଣ୍ଡପରେ ୨୦୧୨ ମସିହାରେ ଅାରମ୍ଭ ହୋଇଥିଲା ଗଡ଼ଗଡ଼ଇା ସାର୍ବଜନୀନ ଦୁର୍ଗାପୂଜା ଅାଠ ବର୍ଷ ଛୁଇଁଛି ଏ ପୂଜାକୁ କର୍ମକର୍ତ୍ତାଗଣ ପୂଜାକୁ ନେଇ ବେଶ୍ ଉତ୍ସାହିତ ଏ ବର୍ଷ ପୂଜା ବାବଦରେ ଖର୍ଚ୍ଚ ହେବ ତିନି ଲକ୍ଷ ଟଙ୍କା ତେବେ ଏଠାରେ ହେଉଥିବା ପୂଜାର ଭସାଣି ଉତ୍ସବ ଟିକେ ନିଅାରା ମେଢ ବିସର୍ଜନ ବେଳେ ମହିଳାମାନେ ଗୋଟିଏ ରଙ୍ଗର ଶାଢ଼ି ପିନ୍ଧି ଶୋଭାଯାତ୍ରାରେ ଯିବାବେଳେ ଏହା ଅାକର୍ଷଣର କେନ୍ଦ୍ରବିନ୍ଦୁ ପୋଲଟିଥାଏ
ସୁନ୍ଦର ଅାଲୋକ ମାଳା ଓ ମନଲୋଭା ତୋରଣରେ ଏବେ ହସି ଉଠୁଛି ଏବେ ବାଲେଶ୍ୱର ସହର ପୂଜା ମଣ୍ଡପଗୁଡ଼ିକରେ ଅଭୟଦାୟିନୀ ମାଅା
ଦୁର୍ଗାଙ୍କୁ ଅାବାହନ ଲାଗି ପ୍ରସ୍ତୁତି ପହଂଚିଛି ଶେଷ ପର୍ଯ୍ୟାୟରେ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ମନୋନିବେଶ କରିଛନ୍ତି କାରିଗର ୨୦୧୨ ମସିହାରେ ଗଡ଼ଗଡ଼ଇା ଅଞ୍ଚଳର ଶାନ୍ତନୁ କୁମାର ଦାସ, ସୁଧାସିନ୍ଧୁ ପଣ୍ଡା, ଅନୁପ କୁମାର ଦାସ, ଗଜେନ୍ଦ୍ର ଦାସ, ସନ୍ଦୀପ୍ତ ଦାସ, ଚନ୍ଦନ ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ଅାରମ୍ଭ ହୋଇଥିଲା ଦୁର୍ଗତି ନାଶିନୀଙ୍କ ସାର୍ବଜନୀନ ପୂଜା ସମୟ କ୍ରମେ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ମା’ଙ୍କ ପୂଜାରେ ନିଜକୁ ସାମିଲ କରାଇଲେ ପ୍ରଥମ ବର୍ଷର ବଜେଟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା
ଥିଲା କମିଟିର ପ୍ରଥମ ସଭାପତି ଭାବେ ଶାନ୍ତନୁ କୁମାର ଦାସ ଏବଂ ସମ୍ପାଦକ ଭାବେ ସୁବ୍ରତ କୁମାର ଦାସ ଦାୟିତ୍ୱ ତୁଲାଇଥିଲେ ଚଳିତ ବର୍ଷର ସଭାପତି ଭାବେ ସୁବ୍ରତ ଦାସ ଏବଂ ସମ୍ପାଦିକା ସଂଘମିତ୍ରା ମହାନ୍ତି କାର୍ଯ୍ୟ ନିର୍ବାହ କରୁଛନ୍ତି ବର୍ତ୍ତମାନ କମିଟିର ସଦସ୍ୟ ସଂଖ୍ୟା ୬୦ ପୂଜା ବାବଦ ଟଙ୍କା ସଭ୍ୟ ଚାନ୍ଦା ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଠାରୁ ଅାଦାୟ କରାହୁଏ
ଏ ବର୍ଷର ପୂଜା ବାବଦ ବଜେଟ୍ ଅଛି ୩ ଲକ୍ଷ ଟଙ୍କା ଏଥିରେ ମୂର୍ତ୍ତି ବାବଦ ୩୦ ହଜାର ଟଙ୍କା, ତୋରଣ ବାବଦ ୧ ଲକ୍ଷ ୭୦ ହଜାର ଟଙ୍କା, ପ୍ରସାଦ ସେବନ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ସ୍ଥିର କରାଯାଇଛି ।
ଚଳିତ ବର୍ଷର ମୂର୍ତ୍ତି ପଶ୍ଚିମବଙ୍ଗର କାରିଗର ତପନ କୁମାର ଶାହା ତିଅାରି କରୁଥିବା ବେଳେ ୪ ଜଣ କାରିଗର ମୂର୍ତ୍ତି ତିଅାରିରେ ନିୟୋଜିତ ହୋଇଛନ୍ତି। ଏଥର ରାଜପ୍ରାସାଦ ଶୈଳୀରେ ତୋରଣ ନିର୍ମିତ ହୋଇଛି। ଅଷ୍ଟମୀ ଓ ନବମୀ ସଂଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏଥିସହିତ ଭଜନ ସଂଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାହେବ।
ମଣ୍ଡପରେ ଅଭୟଦାୟିନୀଙ୍କ ପୂଜା ପାଇଁ ୪ଜଣ ବେଦଜ୍ଞ ବ୍ରାହ୍ମଣ ନିୟୋଜିତ ହୋଇଥାନ୍ତି। ୪୦ ରୁ ୫୦ କିଲୋ କାଠ ଓ ପ୍ରାୟ ୧୫ ଲିଟର ଘିଅ ପୂଜାରେ ବ୍ୟବହୃତ ହୁଏ। ଘଟ ଉତ୍ତୋଳନ ବାଲିଘାଟରୁ ଓ ମୂର୍ତ୍ତି ବିସର୍ଜନ ମଧ୍ୟ ବାଲିଘାଟରେ ହୋଇଥାଏ। ଏହି ମଣ୍ଡପର ବିଶେଷତ୍ୱ ହେଉଛି ଦଶହରା ଦିନ ବିସର୍ଜନ ପରେ ଶତାଧିକ ମହିଳା ଗୋଟିଏ ରଙ୍ଗର ଶାଢ଼ି ପିନ୍ଧି ଭସାଣି ଉତ୍ସବରେ ସାମିଲ ହୁଅନ୍ତି। ତା ସହ ସିନ୍ଦୁର ଖେଳ ମଧ୍ୟ ଏକ ଆକର୍ଷଣ। ଭସାଣି ଦିନ ୨ଟାରୁ ସଂଧ୍ୟା ୬ଟା ମଧ୍ୟରେ ସମ୍ପନ୍ନ ହୁଏ।
“ଅାମର ଏଇ ପୂଜାରେ ମୁସଲମାନ୍ ସଂପ୍ରଦାୟର ଲୋକମାନେ ଚାନ୍ଦା ଦେବା ସହ ପୂଜାରେ ମଧ୍ୟ ସାମିଲ୍ ହୋଇଥାନ୍ତି। ତାଛଡ଼ା ଶାନ୍ତିଶୃଙ୍ଖଳା ଓ ଭାଇଚାରାକୁ ଅାମେ ବିଶେଷ ଧ୍ୟାନ ଦେଇଥାଉ। ପ୍ରଶାସନର ନିୟମକୁ ମଧ୍ୟ ସମ୍ମାନ ଦେଉ”, ବୋଲି କମିଟିର ଉପ ସଭାପତି ସନ୍ଦୀପ୍ତ ଦାସ କହିଛନ୍ତି ।
“ଭସାଣି ଉତ୍ସବରେ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଥର ଡିଜେ ସାଉଣ୍ଡ୍ ପରିବର୍ତ୍ତେ ପାରମ୍ପରିକ ବାଦ୍ୟ ଓ ନୃତ୍ୟକୁ ଗୁରୁତ୍ୱ ଦିଅାଯିବ” ବୋଲି କମିଟିର ସଭାପତି ପ୍ରକାଶ କରିଛନ୍ତି