
ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୪୦ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ କଟକ ଜିଲ୍ଲାର ୪, ଖୋର୍ଧା ଓ ବାଲେଶ୍ୱର ଜିଲ୍ଲାର ୩-୩ ଜଣ ଅଛନ୍ତି । ସେହିପରି ଯାଜପୁର ଓ ସୁନ୍ଦରଗଡ ଜିଲ୍ଲାର ୨-୨ ଜଣ ତଥା ଜଗତସିଂହପୁର, ମୟୁରଭଂଜ, ନବରଂଗପୁର ଓ ପୁରୀ ଜିଲ୍ଲାର ଜଣେ ଜଣେ ଅଛନ୍ତି ।