
ଭୁବନେଶ୍ୱର– ରାଜ୍ୟରେ ୨୪ ଘଂଟାରେ ମୋଟ୍ ୪୧ ହଜାର ୦୯୬ କରୋନା ନମୁନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏଥିମଧ୍ୟରୁ ଆଂଟିଜେନ୍ରେ ୩୫,୦୮୨ ଆରଟିପିସିଆରରେ ୫,୯୭୦ ଓ ଟ୍ରୁନଟ୍ରେ ୪୪ ଟି କରୋନା ନମୁନା ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩୭୯୬୭୬୭ନମୁନାର ପରୀକ୍ଷା କରା ଯାଇଛି ।