ବ୍ରହ୍ମପୁର : ଗରିବ, ଅସହାୟ, ନିଷ୍ପେସିତ ଓ ନିରାଶ୍ରୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପୂର୍ବରୁ ମାନବିକତା ଦେଖାଇ ଜନମାନସରେ ପ୍ରଶଂସିତ ହୋଇଥିବା ବେଳେ ପୁଣିଥରେ ଜଣେ ଅସହାୟ ମହିଳାଙ୍କୁ ରାସ୍ତାକଡରୁ ଉଠାଇ ତାଙ୍କ ଘରକୁ ପଠାଇବା ଘଟଣା ରବିବାର ବ୍ରହ୍ମପୁର ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗଜପତି ନିଗର ନିଜ ବାସଭବନରୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଜ ଗାଡିରେ ଯାଉଥିବା ବେଳେ ଗଜପତି ଛକ ନିକଟ ରାସ୍ତାକଡରେ ମାନସିକ ରୋଗଗ୍ରସ୍ତ ଭୋକିଲା ବୃଦ୍ଧାଙ୍କୁ ଦେଖି ସଙ୍ଗେ ସଙ୍ଗେ ଗାଡିରୁ ଓହ୍ଲାଇ ତାଙ୍କୁ ତାଙ୍କ ଠିକଣା ବିଷୟରେ ପଚାରି ବୁଝିଥିଲେ । ମହିଳାଜଣକ ଅସ୍ତବ୍ୟସ୍ତ ହୋଇ କୁକୁଡାଖଣ୍ଡି ବୋଲି କହିବାପରେ ତାଙ୍କୁ ଏକ ଗାଡି ସାହାଯ୍ୟରେ ତାଙ୍କ ଘରକୁ ପଠାଇବା ସହ ତାଙ୍କର ଜଣେ ମହିଳା ସହକର୍ମୀଙ୍କୁ ତାଙ୍କ ସାଥିରେ ପଠାଇଥିଲେ । ବିଧାୟକଙ୍କ ଏଭଳି ଦୟାଳୁ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସୂଚନାଥାଉକି, ପୂର୍ବରୁ ଗରିବ ଲୋକଙ୍କୁ ଆର୍ଥିକ ସହାୟତା ହେଉ କିମ୍ବା ବିଭିନ୍ନବର୍ଗର ଲୋକଙ୍କୁ ସେମାନଙ୍କ ସମସ୍ୟାର ସମାଧାନକରି ବିଧାୟକ ଶ୍ରୀ ପଣ୍ଡା ଚର୍ଚ୍ଚାକୁ ଆସିଥିଲେ । ଏପରିକି ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଜନିତ ଲୋକଙ୍କୁ ମଧ୍ୟ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଶ୍ରୀ ପଣ୍ଡାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏହାସହ ସହରର ବିଭିନ୍ନ ରାସ୍ତାକଡରେ ଅସହାୟ ଅବସ୍ଥାରେ ଥିବା ବୃଦ୍ଧାବୃଦ୍ଧଙ୍କୁ ସାହାଯ୍ୟର ହାତ ବଢ଼ାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।
Related Stories
November 23, 2024