ବ୍ରହ୍ମପୁର: ଦୀର୍ଘଦିନଧରି ଗ୍ରାମରେ ଦେଶୀ ମଦଭାଟି ବନ୍ଦ କରିବାକୁ ଦାବି କରିଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ନଦେବାରୁ ମହିଳାମାନେ ନିଜସ୍ୱ ଉଦ୍ୟମରେ ମଦଭାଟି ବନ୍ଦ କରିବା ଦାବିରେ ମଦ ଭାଟିରେ ପଶି ମଦ ନଷ୍ଟ କରିବା ସହ ପ୍ରସ୍ତୁତ ହୋଇଥିବା ମଦ ପୁଡିଆକୁ ରାସ୍ତାରେ ଫୋପାଡି ସହ ଆନ୍ଦୋଳନ କରିଛନ୍ତି । ସୂଚନାଥାଉକି, ଗଞ୍ଜାମ-ପୁରୁଷୋତ୍ତମପୁର ଅବକାରୀ ବିଭାଗ ଅଧିନ ଭାଟକୁମରଡାର ଲାଇସେନ୍ସପାପ୍ତ ଦେଶୀ ମଦଭାଟିକୁ ବନ୍ଦ କରିବାକୁ ବହୁଦିନଧରି ଗ୍ରାମର ମହିଳାମାନେ ସ୍ଥାନୀୟ ପ୍ରଶାସନକୁ ଦାବି ଜଣାଇ ଆସୁଥିଲେ । ତେବେ ପ୍ରଶାସନ ନଶୁଣିବାରୁ ରବିବାର ଦିନ ଅପରାହ୍ନରେ ଗ୍ରାମରେ ଶତାଧିକ ମହିଳା ମିଳିତ ହୋଇ ଭାଟକୁମରଡା ମୁଖ୍ୟ ରାସ୍ତାକଡରେ ଥିବା ଏସ୍ବିଆଇ ବ୍ୟାଙ୍କ ପଛପଟ ମଦଭାଟିକୁ ଯାଇ ସେଠାରେ ଭଙ୍ଗାରୁଜା କରିବା ସହ ମଦ ପ୍ରସ୍ତୁତକାରୀ ସାମଗ୍ରୀ ନଷ୍ଟ କରିଥିଲେ । ଏହାପରେ ପ୍ରାୟ ୧ହଜାରରୁ ଉର୍ଦ୍ଧ୍ୱ ଦେଶୀ ମଦ ପ୍ୟାକେଟ୍କୁ ଭୁଇଁଆଣି ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାରେ ପକାଇ ନଷ୍ଟ କରିଥିଲେ । ରମେଶ ସାହୁ ନାମକ ଜୈନିକ ବ୍ୟକ୍ତିଙ୍କ ନାମରେ ରହିଛି ଏହି ମଦ ଦୋକାନ । ତେବେ କେଉଁଭଳି ପରିସ୍ଥିତିରେ କାହିଁକି ଏଭଳି ଘଟଣା ଘଟିଲା ତାହା ଅବକାରୀ ବିଭାଗ ପାଖରେ ଖବର ନଥିଲା ତାହା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ସେପଟେ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗିଥିବା ବେଳେ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବ୍ୟବସାୟ ବନ୍ଦ ନହେଲେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମର ମହିଳାମାନେ ଚେତାବନୀ ଦେଇଛନ୍ତି । ସେପଟେ ପୁଲିସ୍ ଖବରପାଇ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
Related Stories
November 23, 2024