ବ୍ରହ୍ମପୁର: ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ଏକ ସାମ୍ବାଦିକ ସମ୍ମିଳନୀ ଶହୀଦ୍ ଲକ୍ଷ୍ମଣ ନାୟକ ସ୍ମୃତିଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧି ଆଇନ୍ ପ୍ରତ୍ୟାହାର କରିନେବା, ବିଦ୍ୟୁତ୍ ଆଇନ୍ ସଂଶୋଧନ ବିଲ୍ ପ୍ରତ୍ୟାହାର, ସାଉଥ୍କୋ ପରିଚାଳନାରେ ଶ୍ରମିକ ମାରଣନୀତି ବିରୁଦ୍ଧରେ ସମ୍ମିଳନୀ ଉର୍ଦ୍ଦିଷ୍ଟ ଥିଲା । ସାଉଥ୍କୋ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୨୦୧୮ମସିହାରେ ଦୀର୍ଘ ୧ମାସରୁ ଅଧିକ ସଂଘ ଦ୍ୱାରା ଏକ ଗଣବିକ୍ଷୋଭ କରାଯାଇଥିଲା । ସେହି ସମୟରେ ସଂଘର କର୍ମକର୍ତ୍ତା ଏବଂ ସାଉଥ୍କୋ କର୍ତ୍ତୃପକ୍ଷ ଭୁବନେଶ୍ୱର ଠାରେ ଗ୍ରୀଡ୍କୋ ସମ୍ମିଳନୀ କକ୍ଷରେ ଗ୍ରୀଡ୍କୋ ଚେୟାରମ୍ୟାନ୍ଙ୍କ ଉପସ୍ଥିତିରେ ତ୍ରିପାକ୍ଷୀକ ଆଲୋଚନା ପରେ ତତ୍କାଳୀନ ଚେୟାରମ୍ୟାନ୍ କାର୍ଯ୍ୟରତ ଆଉଟ୍ସୋରସ ଶ୍ରମିକ, କର୍ମଚାରୀଙ୍କ ମଧ୍ୟରୁ ୨୦୦ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ସରକାର ବିଦ୍ୟୁତ ଦର ବୃଦ୍ଧି କରିବା କରୋନା ଆକ୍ରାନ୍ତ ସମୟରେ ଜନସାଧାରଣ ଲକ୍ ଡାଉନ୍, ସଟ୍ ଡାଉନ୍ ଯୋଗୁ ଆର୍ଥିକ କ୍ଷେତ୍ରରେ ବହୁ ଦୁର୍ବଳ ଥିବାସତ୍ତ୍ୱେ ବିଦ୍ୟୁତ୍ ଦର ବୃଦ୍ଧି ହୋଇଛି । ବିଦ୍ୟୁତ୍ ଦର ବୃଦ୍ଧି ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି । ଶ୍ରମିକମାନଙ୍କୁ ଉପଯୁକ୍ତ ମଜୁରୀ ଦେଇ ସାମାଜିକ ସୁରକ୍ଷା ଆଇନ୍ ପରିସରଭୁକ୍ତ କରାଯାଇ ଇତ୍ୟାଦି ଦାବି ସମୂହ ନେଇ ଆଗାମୀଦିନରେ ସଂଘ ଆନ୍ଦୋଳନ କରିବ । ସମ୍ମିଳନୀରେ ସଂଘର ସଭାପତି କାହ୍ନୁଚରଣ ସାହୁ, କାର୍ଯ୍ୟକାରୀ ସଭାପତି ପଞ୍ଚାନନ ଜେନା, ସାଧାରଣ ସମ୍ପାଦକ ନିରଞ୍ଜନ ପାତ୍ର, କେ.ମୋହନ ରେଡ୍ଡୀ, ସିଆଇଟିୟୁର ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଜିଲ୍ଲା ସଭାପତି ପ୍ରତାପ ଚୌଧୁରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Related Stories
November 23, 2024