ମାଲକାନଗିରି-ନିଜ ଜନ୍ମ କଲା ପୁଅ କଥା ଭାବିଲେନି ନିଷ୍ଠୁର ବାପା ମା।ସମ୍ପର୍କ ର ଚରମ ସୀମା ରେ ପହଁଚିଲା ସ୍ୱାର୍ଥପରତା।ବାପା ମା ଅଲଗା ଅଲଗା ହୋଇ ଅନ୍ୟତ୍ର ବିବାହ କଲେ ଆଉ ମଝିରେ ବଳି ପଡିଲା ଏହି ୯ ବର୍ଷ ର ଛୁଆ ବାସୁଦେବ।ନିଷ୍ଠୁର ବାପା ମା ଅନ୍ୟତ୍ର ପୁଅ କୁ ବିକ୍ରି କରି ବିବାହ କଲେ ହେଲେ ଏଠାରେ ଯନ୍ତ୍ରଣା ରେ ଆଉଟୁ ପାଉଟୁ ହେଉଛି ବାସୁଦେବ।ଏବେ ବାପା ମା ଥାଇ ମଧ୍ୟ ଅନାଥ ହୋଇଯାଇଛି ଏହି କୁନି ନାବାଳକ ଟ !”ମୁ ଆଉ ସେଠି ରହିବିନି ।ମୁ ଆଉ ସେ ଯନ୍ତ୍ରଣା ସହିବିନି।ମୋ ବାପା ଏଠି ମତେ ବିକିଦେଲେ।ମତେ ଏମାନେ ଗାଈ ଚରାଇବାକୁ ପଠାଉଛନ୍ତି।ଗାଈ ନଚରାଇଲେ ଖାଇବାକୁ ଦେଉନାହାନ୍ତି।”ଏଭଳି ଚିତ୍କାର କରି କହୁଛି ଏହି ୯ ବର୍ଷ ର ନାବାଳକ ବାସୁଦେବଭୁମିଆ ।ବାସୁଦେବ ର ଘର ମାଥିଲି ବ୍ଲକ କିଆଙ୍ଗ ପଞ୍ଚାୟତ ର ତେଲଗାବେଚା ରେ।ବାସୁଦେବ ର ବାପା ମା ଅଲଗା ହୋଇ ଦୁହେଁ ପରସ୍ପର ଅନ୍ୟତ୍ର ବିବାହ କରିଦେଲେ ଆଉ ଏହି ନାବାଳକ କୁ ବିକିଦେଲେ ଅନ୍ୟ ଘରେ ।ଏବେ ସେ ଘର ଲୋକ ବାସୁଦେବ କୁ କାମ କରାଉଛନ୍ତି ଗାଈ ଚରାଇବାକୁ କହୁଛନ୍ତି ।କରିବାକୁ ମନା କଲେ ମାରପିଟ କରୁଛନ୍ତି ଏଭଳି ଅମାନବିକ କାଣ୍ଡ କରି ଏବେ ସା ହାରା ଖୋଜି ଖୋଜି ପଙ୍ଗାମ ନିକଟସ୍ଥ ସଲପପଦର ଗାଁ ର ଏକ ଅଙ୍ଗନବାଡ଼ି କେନ୍ଦ୍ର ରେ ଆସି ରହିବାକୁ ଲାଗିଲା ୩ ଦିନ ଯାଏଁ ଅଙ୍ଗନ ବାଡ଼ି କେନ୍ଦ୍ର ରେ ରହିବା ଦେଖି ସେହି ଗାଁ ର ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ଖରା ତାଙ୍କୁ ନିଜ ଘରକୁ ଆଣି ଖାଇବା ପିଇବା ଦେଉଛନ୍ତି ଆଉ ଏହି ବାସୁଦେବ ର ସହାରା ପାଲଟିଛନ୍ତି।ପରବର୍ତୀ ସମୟରେ ଯେଉଁ ଲୋକଙ୍କ ଘରେ ଏହି ବାସୁଦେବ କୁ ତା ବାପା ଛାଡିଥିଲେ ସେ ଘର ଲୋକଙ୍କୁ ପଚାରିବାରୁ ସେ କହିଲେ କି ଆ ବାପା ମା ଅନ୍ୟତ୍ର ବିବାହ କରିବାରୁ ଆକୁ ଆମ ଘରେ ଛା ଡ଼ିଦେଇଥିଲେ।ଆଉତାକୁ ଗାଈ ଚରାଇବାକୁ ଆମେ ପଠାଉଥିବା ସ୍ୱୀକାର ମଧ୍ୟ କରିଛନ୍ତି !