ଗଞ୍ଜାମ– ଉତର ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ଲଘୁଚାପ ଶୀଘ୍ର ଅବପାତର ରୂପ ଧାରଣ କରିବ । ଏହା ପ୍ରଭାବକୁ ଦୃଷ୍ଟିରେ ରଖି ଗୋପାଳପୁରରୁ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଓ ସୋମବାର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରାଯାଇଛି । ଆଜି ପ୍ରାୟ ୫୦ରୁ ୬୦ ମିଲିମିଟର ବର୍ଷା ହେବାର ଏବଂ ଘଂଟା ପ୍ରତି ୪୫ ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବା ନେଇ ଆଂଚଳିକ ପାଣିପାଗ ବିଭାବ ପୂର୍ବାନୁମାନ କରିଛି । ସୋମବାର ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖ ମଧ୍ୟାହ୍ନରେ ଉତର ଆନ୍ଧ୍ର ଉପକୂଳରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ଧିବର ମାନଙ୍କୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମାଛ ଧରିବାକୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ଏହି ସୂଚନା ଦେଇଛନ୍ତି ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟର ବୈଜ୍ଞାନିକ କେଏସ ମୂର୍ତି ।
Related Stories
November 24, 2024
November 24, 2024