ଭୁବନେଶ୍ୱର– ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଥିବା ନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପ କ୍ଷରୁ ସୂଚନା ଦିଆ ଯାଇଛି ।
କେନ୍ଦ୍ର ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏବେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ରହିଛି । ଆସନ୍ତା ୨୪ ଘଂଟା ଭିତରେ ଏହା ତୀବ୍ର ଅବପାତରେ ରୂପ ନେବାକୁ ଯାଉଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ କରା ଯାଉଛି । ଅକ୍ଟୋବର ୧୧-୧୩ପର୍ଯ୍ୟନ୍ତ ଲଘୁଚାପର ପ୍ରଭାବ ରହିବ । । ତେବେ ଓଡ଼ିଶା ଅପେକ୍ଷା ଆନ୍ଧ୍ରପ୍ରଦେଶ ରେ ଏହାର ଅଧିକ ପ୍ରଭାବ ରହିବ ବୋଲି ଆକଳନ କରା ଯାଇଛି ।
ଆଜିଠୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । । ଅକ୍ଟୋବର ୧୪ରେ ଆଉ ଏକ ଲଘୁଚାପ ହୋଇପାରେ ବୋଲି ଆକଳନ କରାଯାଇଛି । ଦକ୍ଷିଣ ଉପକୂଳ, ଉତର ଉପକୂଳ ଓ ଉତର ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ଆସନ୍ତା ୧୨ ଏବଂ ୧୩ରେ ୟେଲୋ ୱାର୍ଣ୍ଣିଂ ଜାରି କରା ଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ଜଗତସିଂହପୁର, ମାଲକାନଗିରି, କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି କୁହା ଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଅଧିକ ବର୍ଷା ହେବା ସହ ଏହି ସମୟରେ ଓଡ଼ିଶା ଉପକୂଳରେ ଘଂଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବୋହିବା ସହ ମଝିରେ ମଝିରେ ୬୫ କିଲୋମିଟର ବେଗରେ ପବନ ବୋହିପାରେ ବୋଲି କୁହା ଯାଇଛି । । ଏଣୁ ୧୧ରୁ ୧୩ ତାରିଖ ଯାଏଁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।