-
ସମ୍ପତି କାର୍ଡ ବାଂଟି ମୋଦି କହିଲେ, ଗାଁ ଗୁଡିକୁ ସେମାନଙ୍କ ସ୍ଥିତିରେ ଛଡା ଯାଇ ପାରିବ ନାହିଁ
ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଭିଡିଓ କନଫ୍ରେନ୍ସିଂଗ ଜରିଆରେ ଗ୍ରାମୀଣ ଲୋକ ମାନଙ୍କ ପାଇଁ ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରି ସମ୍ପତି କାର୍ଡ ବିତରଣ କରିଛନ୍ତି । ପାଖା ପାଖି ଏକ ଲକ୍ଷ ଲୋକଙ୍କର ସମ୍ପତି କାର୍ଡ ପ୍ରସ୍ତୁତ ହୋଇ ସାରିଲାଣି ଓ ଡାଉନ ଲୋଡ କରିବାକୁ ଏହା ଉପଲବ୍ଧ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମ୍ପତି କାର୍ଡ ପ୍ରାପ୍ତ କରିଥିବା ଏକ ଲକ୍ଷ ଲୋକଙ୍କୁ ଅଭିନନନ୍ଦନ ଜଣାଇ କହିଥିଲେ ଯେ ଏହି ଯୋଜନାରେ ଗାଁ ଲୋକ ମାନେ ଆତ୍ମନିର୍ଭର ହେବେ । ସେ କହିଛନ୍ତି ଯେ ଗାଁ ଗୁଡିକୁ ସେମାନଙ୍କର ସ୍ଥିତିରେ ଛଡା ଯାଇ ପାରିବ ନାହିଁ ।
ସେ କହିଛନ୍ତି ଯେ ଏହି ଯୋଜନା ଆମ ଦେଶର ଗାଁ ମାନଙ୍କରେ ଐତିହାସିକ ପରିବର୍ତନଆଣିବ । ଏହି ଯେ ଏହି ଯୋଜନାରେ ଆପଣଙ୍କ ନିକଟରେ ଏକ ଅଧିକାର ଓ ଆଇନଗତ ଡକ୍ୟୁମେଂଟ ରହିଛି ଯେ ଆପଣଙ୍କର ଘର ଆପଣଙ୍କର ହିଁ ରହିବ । ଆଜିଦେଶର ଦୁଇ ମହାନ ସୁପୁତ୍ର ଜୟ ପ୍ରକାଶ ନାରାୟଣ ଓ ନାନାଜୀ ଦେଶମୁଖଙ୍କର ଜନ୍ମ ଦିନ । ଏହି ମହାପୁରୁଷ ଦ୍ୱୟଙ୍କର କେବଳ ଜନ୍ମ ତାରିଖ ସମାନ ନୁହେଁ ବରଂ ସେମାନଙ୍କର ସଂଘର୍ଷ ଓ ଆଦେଶ ମଧ୍ୟ ସମାନ ଥିଲା ।