
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକର ପିତ୍ତଳ ଅଂଚଳରେ କରୋନା ସାଙ୍ଗକୁ ଡେଙ୍ଗୁ, ମେଲେରିଆ, ଫାଇଲେରିଆ ଓ ହଇଜା ବ୍ୟାପିବା ଆଶଙ୍କା ଦେଖାଯାଇଛି । କେତେକ ବ୍ୟକ୍ତି ଜନବସତି ଓ ବିଶେଷ କରି ପିତ୍ତଳ ବଜାରରେ କିଛି ବ୍ୟକ୍ତି ଅଳିଆ ଆବର୍ଜନା କରି ଘାସଲଟାରେ ଜଙ୍ଗଲ କରି ସର୍ବସାଧାରଣ ଡ୍ରେନରେ ମାଟି ପକାଇ ଘାସ ଚାଷକରି ଡ୍ରେନ ପଚାପାଣି ଅଟକାଇ ମଶାମାଛି ସୃଷ୍ଟି କରିବା ଫଳରେ ଏହି ଅଂଚଳରେ କରୋନା ସାଂଗକୁ ମାଲେରିଆ, ଫାଇଲେରିଆ ଓ ଡ଼େଙ୍ଗୁ ରୋଗ ବ୍ୟାପିବା ଆଶଙ୍କା ଦେଖାଯାଇଛି । ପଂଚାୟତ କଲେକ୍ଟର ପିତ୍ତଳର ସ୍ୱଚ୍ଛତା ପ୍ରତି ଧ୍ୟାନ ଅର୍ଥାତ୍ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଇଁ ଦୃଷ୍ଟି ଦେଇ ପାରୁ ନାହାଁନ୍ତି । ଏଥିପ୍ରତି ଶେରଗଡ ବିଡିଓ, ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଓ ଗଞ୍ଜାମ ଜିଲାପାଳ ଦୃଷ୍ଟି ଦେଇ ପିତ୍ତଳକୁ ସ୍ୱଚ୍ଛ ଭାରତର ଅଂଶରୂପେ ପରିଣତ କରିବାକୁ ଜନସାଧାରଣରେ ଦାବି ହେଉଛି ।