ମଥୁରା-ଉତ୍ତର ପ୍ରଦେଶର ଆଲିଗଡ ଜିଲ୍ଲାର ଟପଲ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଶନିବାର ସକାଳେ ଦିଲ୍ଲୀରୁ କାନପୁରକୁ ଯାଉଥିବା ଘରୋଇ ବସ୍ ଯମୁନା ଏକ୍ସପ୍ରେସୱେର ମାଇଲଷ୍ଟୋନ୍ 57 ନିକଟରେ ଅନିୟନ୍ତ୍ରିତ ହୋଇ ରେଲିଂ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଓ ପ୍ରାୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରିଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।